pakka

ସ୍ୱର୍ଗତ ଡ.ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ଥିବା ‘ସଚେତନ ହେମା’ ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ଡ. ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନାଟ୍ୟକାର ରାଜକୁମାର ସାହୁ ମଙ୍ଗଳୁ ଚରଣ ବିଶ୍ୱାଳଙ୍କର ଭାଷା ସାହିତ୍ୟ ପ୍ରତି ନାଟ୍ୟ ଅବଦାନକୁ ଆଲୋକପାତ କରିବା ସହ କିମ୍ବଦନ୍ତୀ ନାଟ୍ୟକାର ବୋଲି କହିବା ସହ ମିହିର ଦାସଙ୍କର ଅଭିନୟର ଯାଦୁ ବଖାଣିଥିଲେ । ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ରାଜକୁମାର ସାହୁ, ଘନଶ୍ୟାମ ଭୋଇ, ଘନଶ୍ୟାମ ସାହୁ, ଲାଲସାହେବ ସାହୁ, ହେମନ୍ତ ମହାକୁର, କୂଳମଣି ପଶାୟତ, ଦେବାର ସାହୁ, ଗଣେଶ ସାହୁ, ଲଳିତ ସାହୁ, ମହେନ୍ଦ୍ର ସାହୁ, ଗୌତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen + four =