pakka

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ

bbehera

ଭୁବନେଶ୍ୱର : ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡ. ପ୍ରଭାସ ଆଚାର୍ଯ୍ୟଙ୍କ ସହ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ କଟକ ସହର ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ଵାଳ ଓ ଅନ୍ୟ ସଦସ୍ୟ ଆଲୋଚନା କରିଥିଲେ । ଆଗାମୀ ଦିନରେ କିପରି ଅଙ୍ଗଦାନ ସଚେତନତାକୁ ସାରା ରାଜ୍ୟରେ ବ୍ୟାପକ କରାଯିବ ସେଥି ନିମନ୍ତେ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.

eleven − two =