pakka

ସୁବର୍ଣ୍ଣପୁର ଜିଲ୍ଲାର ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଆଜି ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କର ପତ୍ର ଦାଖଲ କରାଯାଇଛି । ଜିଲ୍ଲାର ସମସ୍ତ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପଙ୍କ ନେତୃତ୍ୱରେ ଦଳୀୟ ପାର୍ଥୀମାନେ କରୋନା କଟକଣା ନିୟମ ପାଳନ କରି ଉପଜିଲ୍ଲାପାଳ ସୋନପୁର କାର୍ଯ୍ୟାଳୟରେ ୭ ଜଣ ବିଜେଡି ପ୍ରାର୍ଥୀ ଏବଂ ବୀରମହାରାଜପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ୬ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଲୋକପ୍ରିୟତା ଏବଂ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ବିଜେଡିକୁ ନିଶ୍ଚିତ ସଫଳତା ମିଳିବା ସହିତ ଜିଲ୍ଲାପରିଷଦ ଗଢିବ ବୋଲି ପ୍ରାର୍ଥୀମାନେ କହିଛନ୍ତି ।

Leave A Reply

Your email address will not be published.

6 − one =