csstore

ଟିଟିଲାଗଡରେ ସ୍ୱର୍ଗତ କବି ମଧୁସୂଦନ ମହାନନ୍ଦଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଞ୍ଚଳର ଜଣାଶୁଣା ଜଣେ ପ୍ରଖ୍ୟାତ କୋକଲି କବି ମଧୁସୂଦନ ମହାନନ୍ଦଙ୍କ ଗତ ୯ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣି ପ୍ରାରମ୍ଭିକ ଚିକିତ୍ସା କରାଇଥିଲେ । ଡାକ୍ତର ତାଙ୍କୁ ବାହାରକୁ ରେଫର କରିବା ପରେ ରାୟପୁର ଯିବା ବେଳେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କର ଶୁଭେଚ୍ଛୁ, ଆତ୍ମୀୟ ସୌଜନ୍ୟଙ୍କ ସମେତ କୋଶଲି କବିମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା ।

ତେବେ ସ୍ୱର୍ଗତ ମହାନନ୍ଦଙ୍କୁ ସ୍ମରଣ କରିବା ସହ ତାଙ୍କୁ ଶ୍ରଦ୍ଧାଂଜଳି ଦେବା ଉଦ୍ଦେଶ୍ୟରେ ଟିଟିଲାଗଡ କୋଶଲି କବିମାନଙ୍କ ତରଫରୁ ସଭାପତି ଦିଲୀପ କୁମାର ପସାୟତଙ୍କ ସଭାପତିତ୍ୱରେ ସ୍ଥାନୀୟ ଆଦିବାସୀ ଭବନଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ମହାନନ୍ଦ ପ୍ରଥମେ ଶିକ୍ଷକତା ଚାକିରି କରି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ତାଙ୍କର ଚାକିରି ଜୀବନ କଟାଇଥିଲେ । ବ୍ୟାଙ୍କ ଭଳି ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଚାକିରି କରି ମଧ୍ୟ ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ନିଜକୁ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରଖୁଥିଲେ । ତାଙ୍କ ଜୀବନରେ ସେ ଶତାଧିକ ନାଟକରେ ଅଭିନୟ କରିବା ସହ ଚଳଚ୍ଚିତ୍ର ଆଦିମ ବିଚାରରେ ମଧ୍ୟ ଅଭିନୟ କରିଥିଲେ । ଅନେକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ । ଏହା ସହ ଓଡ଼ିଆ ତଥା କୋଶଲି ଭାଷାର ଜଣେ ପ୍ରଚଣ୍ଡ ପ୍ରତିଭା ଥିଲେ । ଆଧୁନିକ କୋଶଲି ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତ୍ୟେକ କବିତା, ଗଳ୍ପ, ନାଟକରେ କୋଶଳୀ ମହକ ଦେଖିବାକୁ ମିଳୁଥିଲା ବୋଲି ଉପସ୍ଥିତ କବିମାନେ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ କୋଶଲି ସାଂସ୍କୃତିକ ମହାଯୋଟର ଆଗ ମଙ୍ଗୁଆଳ ଟିକେଲାଲ ବେହେରା, କୋଶଲି ଭାଷା ସୁରକ୍ଷା ସମିତିର ଉପଦେଷ୍ଟା ନୀଳମଣି ସାହୁ, ସମ୍ବାଦ ସାହିତ୍ୟ ଘରର ସଭାପତି ସଞ୍ଜୟ ଅଗସ୍ତି, ଆଦିବାସୀ ସଙ୍ଘର ସଭାପତି ନିତ୍ୟାନନ୍ଦ ମାଝି, ଆଦିବାସୀ ସଙ୍ଘର ବ୍ଲକ ସଭାପତି ପଦ୍ମନ୍ ପ୍ରଧାନି, ଆଦିବାସୀ ସଙ୍ଘର ସଂପାଦକ ହେମେନ୍ଦ୍ର ହାଁସଦା, କବି ଆଦିମୂଳ ଶତପଥୀ, ଲିଲୁ ମୋହନ ପ୍ରଧାନ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.