jsm

ଛତ୍ରପୁର ରିଡିଙ୍ଗରୁମ୍ ପରିସରରେ ମେଗା ରକ୍ତଦାନ ଶିବିର

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରରେ ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ୱାମୀ ସମାଜସେବୀ କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ସର୍ବମୋଟ ୮୮ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି ମେଗା ରକ୍ତଦାନ ଶିବିରର ଆନୁଷ୍ଠାନିକ ଉଦଘାଟନୀ ସାମାରୋହରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଜେନା, ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚାର ଉପସଭାପତି ଗଣପତି ବାରିକ, ଡା.ସୁବାଷ ଚନ୍ଦ୍ର ସାହୁ, ଯୁବ ବିଜେପି ସମ୍ପାଦକ ସୁରେଶ ରେଡ୍ଡୀ, ମଣ୍ଡଳ ସଭାପତି ସଞ୍ଜିତ ରାଉଳ, ଜିଲ୍ଲା ଲିଗାଲ ସେଲ୍ ସଭାପତି ଆଡ଼ଭୋକେଟ ପ୍ରଦୀପ ପାଢ଼ୀ, କ୍ୟାଡର ଏପିପି ଆଡ଼ଭୋକେଟ ରାଜେଶ କୁମାର ମିଶ୍ର, ସମାଜସେବୀ ବି.ଶଙ୍କର ରେଡ୍ଡୀ, ବସନ୍ତ ବେହେରା, ଅମରେଶ୍ୱର ମହାରଣା, କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ବହୁ ନେତୃବର୍ଗ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.