jayashree

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଦହିପଣା ବଣ୍ଟନ ଓ ଅଂଶୁଘାତ ସଚେତନତା ଶିବିର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ “ସୁବର୍ଣ୍ଣରେଖା” ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଛେଣ୍ଡ ସାପ୍ତାହିକ ପରିବା ହାଟରେ ସାଧାରଣ ଜନତା ତଥା ପଥଚାରୀ ମାନଙ୍କୁ ସୁସ୍ଵାଦୁ, ରୁଚିକର, ଶୀତଳ ଦହିପଣା ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ତତ୍ ସହିତ ଅଂଶୁଘାତରୁ କିପରି ରକ୍ଷା ମିଳିବ, ସେ ବିଷୟରେ ସମସ୍ତଙ୍କୁ ସଚେତନ କରାଗଲା । ବିଭିନ୍ନ ବକ୍ତାମାନେ ତାଙ୍କ ଅଭିଭାଷଣରେ ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କ ଦ୍ଵାରା ଅଂଶୁଘାତ ପାଇଁ ଦିଆ ଯାଇଥିବା ବିଭିନ୍ନ ସତର୍କତା ମୂଳକ ସୂଚନାର ଅବତାରଣା କରିଥିଲେ । ଅଂଶଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଆଶୁ ଚିକିତ୍ସା କିପରି କରିବେ ତାହା ମଧ୍ୟ ସୂଚନା ଦିଆଯାଇଥିଲା । ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଥିବା ଦୃଷ୍ଟିରୁ ଆଜିର ସ୍ଲୋଗାନ ଥିଲା “ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ” । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସୁବର୍ଣ୍ଣରେଖାର ସଦସ୍ୟ, ସଦସ୍ୟା, ଉପଦେଷ୍ଟା ମଣ୍ଡଳୀ, ପଦାଧିକାରୀ, ଆଞ୍ଚଳିକ ପ୍ରତିନିଧି ତଥା ନନ୍ଦିନୀ ମହିଳା ସଂଘତିର ସଦସ୍ୟାମାନେ ପ୍ରବଳ ଗରମ ଗୁଳୁଗୁଳିରେ ଅକ୍ଲାନ୍ତ ପରିଶ୍ରମ କରି ପୂର୍ଣ୍ଣ ସହଯୋଗ କରିଥିବାରୁ ଅନୁଷ୍ଠାନର ସଭାପତି ଓ ସାଧାରଣ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.