jayashree

ବଲାଙ୍ଗିର ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପରିଚୟ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ପକ୍ଷରୁ ସ୍ଥାନୀୟ ଟାଉନ ଥାନା ଠାରେ ବରିଷ୍ଠ ନାଗରିକଙ୍କ ପରିଚୟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଖୋଦ୍ ବଲାଙ୍ଗିର ଏସପି ଅଭିଳାଷ ଜି ଯୋଗଦେଇ ଏହି ପରିଚୟ ପତ୍ର ବରିଷ୍ଠ ନାଗରିକମାନଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଡ ଦ୍ୱାରା ସେମାନଙ୍କୁ ସୁରକ୍ଷା ଦିଆଯିବ । ସେମାନଙ୍କୁ ପ୍ରତି ସପ୍ତାହରେ ଥରେ ଲେଖାଏଁ କଲ୍ କରାଯିବ ଓ ସଚେତନ କରାଯିବ, କାରଣ ବରିଷ୍ଠ ନାଗରିକମାନେ ସାଇବର ଠକମାନଙ୍କ ଅଧିକ ଟାର୍ଗେଟରେ ଆସିଥାଆନ୍ତି । ଏହା ସହ ଅନ୍ୟ ଯେ କୌଣସି ଆପତ୍ତି କାଳୀନ ସମୟରେ ପୋଲିସ ପକ୍ଷରୁ ସୁରକ୍ଷା ଓ ସହଯୋଗ କରାଯିବ ବୋଲି ଏସପି ଅଭିଳାଷ ଜି କହିଛନ୍ତି । ବରିଷ୍ଠ ନାଗରିକମାନେ ବଲାଙ୍ଗିର ପୋଲିସ ପ୍ରଶାସନକୁ ପ୍ରସଂଶା କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଏସ୍‌ପିଙ୍କ ସହ ସଦର ଏସ୍‌ଡ଼ିପିଓ ସରୋଜ ଉପାଧ୍ୟାୟ, ଟାଉନ ଆଇଆଇସି ଅବନୀ ସାହୁ ଉପସ୍ଥିତ ଥିବା ନେଇ ଜଣାପଡ଼ିଛି ।

Leave A Reply

Your email address will not be published.