pakka

ବିଭିନ୍ନ ଅଞ୍ଚଳ ବୁଲିଲେ ବିଧାୟକ ସାଲୁଜା : ଲୋକଙ୍କ ସୁଖ ଦୁଃଖ ବୁଝିଲେ

bbehera

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : କଣ୍ଟାବାଞ୍ଜି ବଧାୟକ ସଂନ୍ତୋଷ ସିଂହ ସାଲୁଜା ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ସେମାନଙ୍କ ଦୁଃଖ ସୁଖ ଆଲୋଚନା କରି ସମସ୍ୟା ଅନୁଧ୍ୟାନ କରିଛନ୍ତି । କଣ୍ଟାବାଞ୍ଜି ଏନ୍‌ଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡରେ ଥିବା ସରକାରୀ ନେଡାଲ ୟୁପି ସ୍କୁଲ ରବିବାର ପରିଦର୍ଶନ କରି ସମସ୍ୟା ଅନୁଧ୍ୟାନ କରିଥିଲେ । ପୁରୁଣା ଶ୍ରେଣୀ କୋଠରୀରୁ ପାଣି ଝରୁଥିବା ଦେଖି ପୂର୍ତ୍ତ ବିଭାଗ ଏସ୍‌ଡିଓ ଏବଂ ଜେଇଙ୍କୁ ଡାକି ନୂତନ କୋଠା ନିର୍ମାଣ ପାଇଁ କହିଥିଲେ । ଏହି ପରିଦର୍ଶନ ସମୟରେ ସିଆର୍‌ସିସି ଦୀନେଶ ମହାନନ୍ଦ, ପ୍ରଧାନ ଶିକ୍ଷକ ମାର୍କଣ୍ଡ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଶନିବାର ତୁରେକେଲା ବ୍ଲକ ହାଲନ୍‌ଭଟା ପଞ୍ଚାୟତ ଡେବେରିଆମୁଣ୍ଡା ଗାଁ ଲୋକଙ୍କ ସମସ୍ୟା ବୁଝିଛନ୍ତି ବିଧାୟକ । ଗ୍ରାମବାସୀ ଜମି ପଟ୍ଟା ସମସ୍ୟା, ଗାଁର ଉନ୍ନତିମୂଳକ କାମ, ରାସ୍ତା ସମସ୍ୟା ସଂପର୍କରେ ତାଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ତହସିଲଦାରଙ୍କ ସହ ଆଲେଚନା କରି ପଟ୍ଟା ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ସାଲୁଜା କହିଥିଲେ । ସମାଜସେବୀ କାର୍ତ୍ତିକ ପୁଟେଲ, ବାଲକୃଷ୍ଣ ସେଲମା, ସରପଞ୍ଚ ବଂଶୀ ତାଣ୍ଡି, ସାଧୁ ହଂସ, ଧନିଆ ଶବର, ଲଳିତ ଭଇଁସାଲ, କୁଳଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

7 + 20 =