pakka

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହ ଅଚଳ : ବାରଣ୍ଡାରେ ଗଡୁଛି ମୃତ ଦେହ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶବ ସଂରକ୍ଷଣ ଗୃହର ଫ୍ରିଜର ଦୀର୍ଘ ଏକ ବର୍ଷରୁ ଅଧିକ ହେବ ଅଚଳ ହୋଇପଡି ରହିଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ବିଭିନ୍ନ ସମୟରେ ଏଠାରେ ଦୀର୍ଘ ୧୬ରୁ ୨୦ ଘଣ୍ଟା ପର୍ଯ୍ୟନ୍ତ ଶବ ଚିକିତ୍ସାଳୟ ବାରଣ୍ଡାରେ ପଡି ରହିଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତକାଲି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହା ତିନିଟି ଶବ ବ୍ୟବଛେଦ ସକାଶେ ଚିକିତ୍ସାଳୟ ବାରଣ୍ଡାରେ ପଡିରହିଥିବା ଦେଖିବାକୁ ମିଳିଥିଲା । ଭଟଲି ରୋଡ଼ ଟିଭିଏସ୍‌ ସୋ’ରୁମ ନିକଟରେ ପିକ୍‌ଅପ ଓ ସ୍କୁଟି ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ମୃତ ହୋଇଥିବା ବରଗଡ଼ ୧୮ ନମ୍ବର ୱାର୍ଡର ପ୍ରତୀକ ପଣ୍ଡା, ବରଗଡ଼ ଭଟଲି ରୋଡ଼ ନିକଟ ଆଳୁ ଗୋଦାମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣେ ଉତ୍ତର ପ୍ରଦେଶର ଯୁବକ, ଓଡିଶା ସୀମାନ୍ତ ବରଗଡ଼ ଲୁହୁରାଚଟିଠାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଧରଭଟା ଗ୍ରାମର ନରେଶ ବାରିକ (୧୯)ଙ୍କ ଶବ ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ସକାଳ ୧୦ଟା ପର୍ଯ୍ୟନ୍ତ ଚିକିତ୍ସାଳୟର ବାରଣ୍ଡାରେ ପଡିରହିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଦୀର୍ଘ ଏକ ବର୍ଷ ହେଲା ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ସଂରକ୍ଷଣ ଗୃହର ଫ୍ରିଜର ଅଚଳ ହୋଇ ପଡିରହିଥିବା ବେଳେ ଗତ ବର୍ଷ ଜୁଲାଇ ମାସରେ ବିଭିନ୍ନ ସାମାଜିକ ଅନୁଷ୍ଠାନର ଦୃଢ଼ ପ୍ରତିବାଦ ପରେ ଏହାର ଏକ ବିକଳ୍ପ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିଲା ଏବଂ ଟୁକୁର୍ଲ୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ ଚିକିତ୍ସାଳୟର ଫ୍ରିଜରରେ ମୃତ ଶରୀର ଅସ୍ଥାୟୀ ଭାବରେ ରଖିବାର ବ୍ୟବସ୍ଥା କରାଯାଇଥିଲା । ଯାହା ଶବ ସଂରକ୍ଷଣ ଗୃହର ଫ୍ରିଜର ମରାମତି ପର୍ଯ୍ୟନ୍ତ ସେଠାରେ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା ମାତ୍ର ସେଠାରେ ଶବ ରଖିବାର ବ୍ୟବସ୍ଥା ହୋଇଥିବାରୁ ଜିଲ୍ଲା ପ୍ରଶାସନ ସହର ମଧ୍ୟରେ ଥିବା ଫ୍ରିଜରକୁ ଆଉ ସଜାଡ଼ିବା କଥା ଭୁଲିଯାଇଥିଲା । କାମ ମଧ୍ୟ ସୁରୁଖୁରୁରେ ଚଲିଯାଉଥିଲା କିନ୍ତୁ ବର୍ତ୍ତମାନ କୋଭିଡ଼ର ତୃତୀୟ ଲହର ବର୍ତମାନ ବରଗଡ଼ ସହରରେ ବଢୁଥିବା ଦେଖି ପୁନର୍ବାର କୋଭିଡ ଚିକିତ୍ସା ଆରମ୍ଭ କରାଯାଇ କୋଭିଡ ରୋଗୀଙ୍କ ପାଇଁ ୨୦ ବେଡ଼ ବିଶିଷ୍ଟ ୨୪ ଘଣ୍ଟିଆ ସେବା ଚାଲୁ କରାଯାଇଛି । ଯାହା ଫଳରେ କୋଭିଡ ଚିକିତ୍ସାଳୟ ପରିସରରକୁ ସାଧାରଣ ରୋଗୀ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଣୁ କୋଭିଡ ଚିକିତ୍ସାଳୟ ପରିସରରେ ଥିବା ଫ୍ରିଜର ଗୋଟିଏ ପଟେ ସାଧାରଣ ଶବ ପାଇଁ ବାରଣ ହୋଇଯାଇଛି ଓ ସହର ମଧ୍ୟରେ ଥିବା ଫ୍ରିଜର ଅଚଳ ଥିବାରୁ ଲୋକେ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତ ଶରୀର ଧରି ଚିକିତ୍ସାଳୟ ବାରଣ୍ଡାରେ ବସି ରହିଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସନ୍ଧ୍ୟା ୪ଟା ପରେ ଆଉ ଶବ ବ୍ୟବଚ୍ଛେଦ କାମ ହେଉନଥିବାରୁ ଯଦି କୌଣସି ବ୍ୟକ୍ତିଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହୁଏ ବା କୌଣସି ନିର୍ଦ୍ଧିଷ୍ଟ କାରଣରୁ ମୃତ୍ୟୁ ହୁଏ ତା’ହେଲେ ତାର ଶବ ବ୍ୟବଛେଦ ନହୋଇ ତା’ ପରଦିନ ସକାଳ ୯ଟା ପର୍ଯ୍ୟନ୍ତ ଅର୍ଥାତ ୧୬ରୁ ୧୮ ଘଣ୍ଟା ପର୍ୟ୍ୟନ୍ତ ପରିବାର ଲୋକଙ୍କୁ ଶବକୁ ଜଗି ରହିବାକୁ ପଡୁଛି । ଏମିତିକି ଶବ ରଖିବା ପାଇଁ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ଜାଗା ନଥିବାରୁ ତାକୁ ଚିକିତ୍ସାଳୟ ବାରଣ୍ଡାରେ ରଖିଦିଆଯାଉଛି ଯାହା ଅନେକ ଲୋକଙ୍କୁ ବିଚଳିତ କରୁଛି । ତୁରନ୍ତ ଜିଲ୍ଲା ପ୍ରସାଶନ ଉକ୍ତ ବିଷୟକୁ ଗୁରୁତ୍ୱ ଦେଇ ଶବ ସଂରକ୍ଷଣ ଗୃହର ଫ୍ରିଜର ମରାମତି କରିବା ସହିତ ମୃତ ଶରୀରକୁ ଉଚିତ ସମ୍ମାନ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

two + sixteen =

error: Content is protected !!