pakka

ରାସ୍ତାରେ ଆଣ୍ଠୁଏ କାଦୁଅ : ଯାତାୟତ ଅନୁପଯୁକ୍ତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ୍‌ର ଦୁର୍ଗମ ବରଗାଁ ପଞ୍ଚାୟତର ଅନେକ ଗାଁ ଗଣ୍ଡା ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ରହିଥିବା ବେଳେ ଅଞ୍ଚଳବାସୀ ବିଶେଷ କରି ନିଜ ପଞ୍ଚାୟତ ଭିତରେ ଜଙ୍ଗଲ ବିଭାଗ ରାସ୍ତାରେ ଗମନାଗମନ କରିଥାନ୍ତି । ଗ୍ରାମପଞ୍ଚାୟତ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ କେତେକ ରାସ୍ତା ନିର୍ମାଣ ହୋଇଥିବା ବେଳେ ସେ ସବୁର ରକ୍ଷଣା ବେକ୍ଷଣ ଠିକ ଭାବରେ କରାଯାଉ ନ ଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ମଲିକୁଦ ଠାରୁ ସାହାଜପିଟାକୁ ଯିବା ପାଇଁ ଯେଉଁ ରାସ୍ତା ନିର୍ମାଣ ହୋଇଛି, ତାର ଆଉ କୌଣସି ଉନ୍ନତିକରଣ କରାଯାଉ ନାହିଁ । ଫଳରେ ରାସ୍ତାଟି କାଦୁଅ ମଚମଚ କରି ଯାତାୟତ ଅନୁପଯୁକ୍ତ ହୋଇଯାଇଛି । ଆମ୍ବୁଲାନ୍ସ ତ ଦୂରର କଥା ମଣିଷ ଚାଲିବା କାଠିକର ହୋଇପଡିଛି । ଏହି ରାସ୍ତାରେ କଣ୍ଟାମାଳକୁ ଦୂରତା ୧୦ କିମି ହେଉଥିବା ବେଳେ ରାସ୍ତାଟି ବନବିଭାଗ ଅଧିନରେ ରହିଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବ ସାଜାଜପିଟା, ଲୁଣ୍ଡୁରୁବାହାଲ, ମହିବିଲା, କାକେନଯୋର, ବିରାମୁଣ୍ତା, ପାର୍ବତିପୁର, ଗୌରୀବେଙ୍ଗେସ, ସୌରୀବେଙ୍ଗେସ ଆଦି ଗାଁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷେ ବରଗାଁ ଦେଇ ଯାତାୟତ କଲେ କଣ୍ଟାମାଳକୁ ୨୦ କିମି ଦୂରତା ହେଉଛି । ବର୍ଷା ଚାରିମାସ ଏହି ରାସ୍ତାରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଏ । ରାସ୍ତା ବିଷୟରେ ଅନେକଥର ପ୍ରଶାସନ ଏବଂ ଜଙ୍ଗଲ ବିଭାଗକୁ ଜଣାଇଥିଲେ ହେଁ ପ୍ରତିଶୃତି ଦେଇ ଚୁପ ରହିଛନ୍ତି ବୋଲି ଅଞ୍ଚଳବାସୀ ଜଣାଇଛନ୍ତି । ଏବିଷୟରେ ବିଭାଗୀୟ ଅଧିକାରୀ ଯଶୋବନ୍ତ ସେଠୀଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲାପାଳଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି, ବର୍ଷାମାସ ପରେ ଗ୍ରେଟ(୧) ମେଟାଲିଙ୍ଗ କାମ ହେବ ବୋଲି କହିଛନ୍ତି । ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ରାସ୍ତାର ଯୁଦ୍ଧକାଳୀନ ମରାମତିର ଆବଶ୍ୟକତା ରହିଛି । ଏଦିଗରେ ଉଭୟ ଜଙ୍ଗଲ ବିଭାଗ ଏବଂ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାର ରକ୍ଷଣାବେକ୍ଷଣ କରିବା ଦିଗରେ ଗୁରୁତ୍ୱ ଦେବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

17 − 2 =