pakka

ଶ୍ରୀଲଙ୍କା – ଇଂଲଣ୍ଡ ଦିନିକିଆ ସିରିଜ : ୨-୦ରେ ଇଂଲଣ୍ଡର ସିରିଜ କବଜା

ଲଣ୍ଡନ : ଘରୋଇ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଦେଇଛି । ଏଥି ସହିତ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଜିତିନେଇଛି ଇଂଲଣ୍ଡ । ୫ ୱିକେଟ୍‌ ସଫଳତା ହାସଲ କରିଥିବା ସାମ୍‌ କରନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।

ଗୁରୁବାର ରାତିରେ କେନିଙ୍ଗ୍‌ଟନ୍‌ ଓଭାଲ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ଶ୍ରୀଲଙ୍କା ଧନଞ୍ଜୟ ଡି’ସିଲ୍‌ଭାଙ୍କ ୯୧ ରନ୍‌ ବଳରେ ୱିକେଟ୍‌ ବିନିମୟରେ ୨୪୧ ରନ୍‌ କରିପାରିଥିଲା । ଜବାବରେ ଜାସନ୍‌ ରୟ (୬୦, ୫୨ ବଲ୍‌, ୧୦ ଚୌକା) ଓ ଜନି ବେୟାରଷ୍ଟୋ (୨୯, ୩୬ ବଲ୍‌, ୩ ଚୌକା, ୧ ଛକା) ପ୍ରଥମ ୱିକେଟ୍‌ରେ ୭୬ ରନ୍ ଯୋଡ଼ିଥିଲେ । ପରେ ରୁଟ୍‌ ଓ ମୋର୍ଗାନ୍ ଦୁହେଁ ୧୪୦ ରନ୍ ଯୋଡ଼ି ଇଂଲଣ୍ଡକୁ ୭ ଓଭର ପୂର୍ବରୁ ୮ ୱିକେଟ୍‌ର ଅତି ସହଜ ବିଜୟ ଭେଟି ଦେଇଥିଲେ । ରୁଟ୍‌ ୬୮ (୮୭ ବଲ୍‌, ୫ ଚୌକା) ଓ ମୋର୍ଗାନ୍‌ ୭୫ (୮୩ ବଲ୍‌, ୮ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହିଥିଲେ । ଦଳ ୪୩ ଓଭରରେ ୨୪୪/୨ କରିନେଇଥିଲା । ଆସନ୍ତା ରବିବାର ତୃତୀୟ ତଥା ଶେଷ ଦିନିକିଆ ବ୍ରିଷ୍ଟଲ୍‌ରେ ଖେଳାଯିବ ।

Leave A Reply

Your email address will not be published.

2 × one =