pakka

ଅସହାୟ ଅବସ୍ଥାରେ ରାସ୍ତା କଡରୁ ଜଣେ ଯୁବକଙ୍କୁ ଉଦ୍ଧାର କରି ଚାଇଲଡ଼ ଲାଇନକୁ ହସ୍ତାନ୍ତର

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅସହାୟ ଅବସ୍ଥାରେ ବ୍ରହ୍ମପୁର ବିଧାୟକ ସ୍ଥାନୀୟ ଏକ ରାସ୍ତା କଡରୁ ଜଣେ ଯୁବକଙ୍କୁ ଉଦ୍ଧାର କରି ଚାଇଲଡ଼ ଲାଇନକୁ ହସ୍ତାନ୍ତର କରିଥିଲେ । ପରେ ଉକ୍ତ ଯୁବକକୁ ପ୍ରଶାସନ ଚାଇଲଡ଼ ଲାଇନ ଜରିଆରେ ସ୍ଥାନୀୟ ଏକ ଓପେନ ସେଲ୍‌ଟରରେ ରଖିଥିଲେ । ଓପେନ ସେଲଟର କର୍ମଚାରୀ ମାନେ ମେଡିକାଲକୁ ନେଇଥିବା ବେଳେ ସେଠାରୁ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ । ଏ ନେଇ ବୈଦ୍ୟନାଥ ପୁର ଥାନାରେ ଏତଲା ଦିଆଯାଇଥିଲା । ହେଲେ ଗତକାଲି ଉକ୍ତ ନିଖୋଜ ଯୁବକଙ୍କୁ ଛତ୍ରପୁରର ଜଣେ ଯୁବ ସାମ୍ବାଦିକ “ସକାଳ” ଖବରକାଗଜ ଛତ୍ରପୁର ପ୍ରତିନିଧି ପ୍ରଶାନ୍ତ ମହାରଣା ଏବଂ ତାଙ୍କ ସହଯୋଗୀ ମାନେ ଛତ୍ରପୁର ରାସ୍ତା କଡରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ବ୍ରହ୍ମପୁରରୁ ସେହି ନିଖୋଜ ପିଲାଟି ହିଁ ଛତ୍ରପୁରରୁ ଉଦ୍ଧାର ହୋଇଥିବା ବିଷୟ ପରେ ଜଣାପଡିଛି ।

ଆଜି ସେହି ଯୁବକକୁ ଦିବା ୧୧ ଘଣ୍ଟା ୩୦ ମିନଟ ସମୟରେ ନିଖୋଜ ଯୁବକ ଛତ୍ରପୁରରୁ ଉଦ୍ଧାର ପରେ ଯୁବକକୁ ଏମ୍‌କେସିଜି ବ୍ରହ୍ମପୁର ବଡ଼ମେଡ଼ିକାଲର କାଜୁଆଲଟିର ୧୪ ନମ୍ବର ବେଡ଼ରେ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ କରାଯାଉଛି ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

10 − 7 =