csstore

ଗରିବ ଅସହାୟ ୪ ଜଣ ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଝିଟିକି ଗ୍ରାମର ଚାରି ଜଣ ଅସହାୟ ଗରିବ ବୃଦ୍ଧବୃଦ୍ଧା ବାରମ୍ବାର ଆବେଦନ ଓ ଗୁହାରି କରିବା ପରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସୂଚନାନୁଯାୟୀ ସେମାନେ ହେଲେ ବୃଦ୍ଧ ଦମ୍ପତି ଭାଗ କୁମ୍ଭାର(୬୫)ଓ ତାଙ୍କ ସ୍ତ୍ରୀ ପ୍ରମିଳା କୁମ୍ଭାର(୬୪), ଭାଗ କୁମ୍ଭାର ଅନେକ ଦିନ ଧରି ଅଜଣା ରୋଗରେ ପୀଡିତ ହୋଇ ଆଖିକୁ ଭଲ ଦେଖାଯାଉ ନାହିଁ କି କାନ କୁ କିଛି ଶୁଭୁ ନାହିଁ ସେହିପରି ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସମାନ, ତାଙ୍କର ଦୁଇଟି ମଧ୍ୟରୁ ଗୋଟିଏ ତାର ପରିବାର ସହ ରହୁଛି ଆଉ ଜଣେ ରୋଜଗାରିଆ ପୁଅ ଯାହାର କି ଚାରି ବର୍ଷ ପୂର୍ବେ ମୃତ୍ୟୁ ହୋଇ ସାରିଛି । ଯାହା ଫଳରେ ଉଭୟ ବୃଦ୍ଧା ମାତାପିତା ବହୁ କଷ୍ଟରେ ଜୀବନ କାଟୁଛନ୍ତି, ସେହିପରି ସେହି ଗାଁର ଗୁରୁଜୀ ସୁନା(୬୫)ଙ୍କ ମଧ୍ୟ ନିଜର ବୋଲି କେହି ନାହାଁନ୍ତି, ସ୍ତ୍ରୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ ଭାବେ ବେସାହାରା ହୋଇ ପାରିଛନ୍ତି । ସେ ମଧ୍ୟ ଭତ୍ତା ପାଇଁ ଅନେକ ଥର ଆବେଦନ କରିଛନ୍ତି ହେଲେ କିଛି ସୁଫଳ ମିଳିଲା ନାହିଁ । ଆଉ ଜଣେ ହେଲେ ଭିନ୍ନକ୍ଷମ ପରମେଶ୍ବର ସୁନା(୫୪) ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ଅଛି । ସେ ମଧ୍ୟ ଅନେକ ଥର ନିଜର ଭିନ୍ନକ୍ଷମ ଭତ୍ତାଟିଏ ପାଇଁ କାଗଜପତ୍ର ଦେଇଛନ୍ତି ହେଲେ କିଛି ଲାଭ ହେଲା ନାହିଁ । ସବୁଠାରୁ ବଡ଼ କଥା ହେଲା ସରପଞ୍ଚ ଓ ତାଙ୍କ ଗାଁର ଭି.ଏଲ.ଡବ୍ଲୁଙ୍କୁ ଏହି ବୃଦ୍ଧବୃଦ୍ଧା ବାରମ୍ବାର ଗୁହାରି କରି ହୋଇ ଯିବ ହୋଇ ଯିବ ଶୁଣି ଶୁଣି ଶେଷରେ ନିରାଶ ହୋଇ ପଡିଥିବା ସୂଚନା ମିଳିଛି । ସରକାର ମୃତ୍ୟୁପରେ ଭତ୍ତା ଦେବେ କି ବୋଲି କୋହଭରା ସ୍ବରରେ ଜଣାଉଥିଲେ । ଏହି ଅସହାୟ ଗରିବ ୪ ଜଣ ଯୋଗ୍ୟ ହିତାଧିକାରୀ ବୃଦ୍ଧବୃଦ୍ଧା ଭିନ୍ନକ୍ଷମଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ମଧୁ ବାବୁ ପେନସନ ଯୋଜନାରେ ସାମିଲ କରିବାର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନ ତଥା ପଦ୍ମପୁର ଉପ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.