jayashree

ଶତବାର୍ଷିକୀରେ ଯୋଗଦେବାକୁ ରାଜ୍ୟପାଳଙ୍କ ସହମତି ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଡ଼ିସେମ୍ବର ଶେଷାର୍ଦ୍ଧରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରି ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ଭୁବନେଶ୍ୱର ଠାରେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହଯୋଗ କ୍ରମେ ଶତବାର୍ଷିକୀ କମିଟିର ସଦସ୍ୟମାନେ ଓଡ଼ିଶାର ମହାମହିମ ରାଜ୍ୟପାଳ ମହୋଦୟଙ୍କୁ ସାକ୍ଷାତ କରିଥିଲେ । ଏଥିସହିତ ଶତବାର୍ଷିକୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ ଜଣାଇଥିଲେ । ରାଜ୍ୟପାଳ ମଧ୍ୟ ଏଥିପାଇଁ ନିଜର ସହମତି ପ୍ରଦାନ କରିଥିବା ଶତ ବାର୍ଷିକୀ କମିଟିର ସଦସ୍ୟ ଅଶୋକ ବେହେରା ସୂଚନା ଦେଇଛନ୍ତି । ମହାମହିମଙ୍କ ଆଗମନକୁ ସ୍ମରଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ଜଣାଯାଇଛି ।

Leave A Reply

Your email address will not be published.