ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ

ନୂଆଦିଲ୍ଲୀ : ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ଉତ୍ତରାଖଣ୍ଡର ପରବର୍ତ୍ତୀ ଡୋରି କାହା ହାତରେ ରହିବ, ସେନେଇ ଖୁବ୍ ଚର୍ଚ୍ଚା ଜାରି ରହିଥିବା ବେଳେ ଗତ ୨୦୧୨ ମସିହାରୁ ଧାମି ଲଗାତର ଦୁଇଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ବର୍ତ୍ତମାନ ସେ ଉଦ୍ଧମ ସିଂ ନଗର ଜିଲ୍ଲାର ଖତିମା ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରି ବିଧାୟକ ରହିଛନ୍ତି । ଗତ ୪ ମାସ ମଧ୍ୟରେ ଧାମି ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସନ୍ଧ୍ୟା ୬ଟା ସମୟରେ ସେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟଭାର ଗ୍ରହଣ କରିବେ ।

Leave A Reply

Your email address will not be published.

18 + sixteen =

error: Content is protected !!