jsm

ବଜ୍ରପାତରେ ଗଛ ପୋଡି ପଡିଯିବାରୁ ରାସ୍ତାବନ୍ଦ

csstore
  • ଅଗ୍ନିଶମ ବିଭାଗ ଆସି ଗଛ କଟିଲା ପରେ ସ୍ୱଭାବିକ ହେଲା ସ୍ଥିତି

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରୁ ରିଷିଡା ସଂଯୋଗ କରୁଥିବା ଜିଲ୍ଲା ମୁଖ୍ୟରାସ୍ତା ତଥା ପୂର୍ତ୍ତ ବିଭାଗ ରାସ୍ତା ମଦନପୁରରୁ ଅଲାତରା ରାସ୍ତା ମଝି ପୋଲ ପାଖରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ ତୋଫାନ ଓ ଘଡଘଡିରେ ଏକ ବିରାଟକାୟ ଗଛରେ ନିଆଁ ଲାଗି ଯାଇଥିଲା । ଆଜି ଭୋର ୩ ଟା ସମୟରେ ଉକ୍ତ ଗଛ ପଡି ରାସ୍ତା ବନ୍ଦ ହେଇ ଯିବା ଫଳରେ ବହୁସଂଖ୍ୟାରେ ଚାରିଚକିଆ, ଦୁଇ ଚକିଆ, ବସ, ଟ୍ରକ ତଥା ମଦନପୁର ସାପ୍ତାହିକ ବଜାରକୁ ଆସୁଥିବା ଅନେକ ବ୍ୟବସାୟୀ ଓ ଗାଡି ଅଟକି ରହିଯାଇଥିଲେ । ଅଟକିଥିବା ବସରେ ଥିବା ନର୍ଲା ବ୍ଲକ ଲାଖପଦର ଗ୍ରାମର ବଚନ ଲାଲ ସାହୁ ଏ ବିଷୟରେ ମ. ରାମପୁର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଏ.ଏଫ୍‌.ଏମ୍‌.ଏ. ବାରୁଙ୍କ ତତ୍ୱାବଧାନରେ ଚୈତନ୍ୟ ସାହୁ, ସଚ୍ଚିଦାନନ୍ଦ ଧାରୁଆ, ରାଜେନ୍ଦ୍ର ମହାନନ୍ଦ ସହ ସଦଳବଳେ ଆସି ନିଆଁକୁ ଆୟତ୍ତ କରି ଗଛ କାଟି ରାସ୍ତା ସଫା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ଉକ୍ତ ଗଛରେ ଆଉ ଏକ ଶାଖା ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଉକ୍ତ ଶାଖାକୁ କାଟିବାକୁ ଜନସାଧାରଣ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

yuvodaya
Leave A Reply

Your email address will not be published.