pakka

ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ୍‌ରେ ଓଡ଼ିଶାରୁ ଯୋଗ ଦେଲେ ଦାରିଙ୍ଗବାଡ଼ି ହୋଟେଲ୍ ସଂଘ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତିନିଦିନିଆ ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ ବାଙ୍ଗାଲୁରୁର କୋଲକତାର ଖୁଡିରାମ ଇଣ୍ଡର ଷ୍ଟାଡିୟମରେଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ୍‌ ଯୋଗ ଦେଇ ଓଡ଼ିଶା ଟୁରିଜମକୁ ସର୍ବ ଭାରତୀୟ ସ୍ତରରେ ପ୍ରମୋଟ କରିଥିଲେ । ଆନ୍ତର୍ଜାତୀୟ ଏହି ଫେଷ୍ଟିବଲ ସକାଳ ୧୧ରୁ ରାତ୍ରି ୮ ଟା ଯାଏ ତିନି ଦିନ ଧରି ଚାଲିଥିଲା । ଏଥିରେ ସମସ୍ତ ରାଜ୍ୟରୁ ବିଭିନ୍ନ ଷ୍ଟଲ ହୋଇଥିବା ବେଳେ ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ୍‌ ପକ୍ଷରୁ ମଧ୍ୟ ଦାରିଙ୍ଗବାଡ଼ି, କନ୍ଧମାଳ ଓ ଏହାର ଆଖପାଖ ଠାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଉପରେ ଏବଂ ଦାରିଙ୍ଗବାଡ଼ିରେ ପର୍ୟ୍ୟଟକଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ଉପରେ ଗୋଟିଏ ଷ୍ଟଲ ଦେଇ ଲୋକଙ୍କୁ ବୁଝାଇ ଆନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ନାଁ କରିପାରିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

18 + seven =