csstore

ଜାତୀୟ ରକ୍ତଦାନ ଦିବସ ଅବସରରେ ସ୍ୱର୍ଗତ ଟୁକୁ ମିଶ୍ରଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ଆଜି ଜାତୀୟ ରକ୍ତଦାନ ଦିବସ ପାଳନ ଅବସରରେ ରକ୍ତଦାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା ବରଗଡର ସ୍ୱର୍ଗତ ଇଂ ଦେବବ୍ରତ ମିଶ୍ର (ଟୁକୁ ମିଶ୍ର)ଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓଡିଶା ରକ୍ତ କେନ୍ଦ୍ର, ସିଏଚ୍‌ସି ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ୱର୍ଗତ ଟୁକୁ ମିଶ୍ରଙ୍କ ବଡ ଭଉଣୀ ଶ୍ରୀମତୀ ନିବେଦିତା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ମୌସମ ମିଶ୍ର ଯୋଗଦାନ କରିଥିଲେ । ଏହି ଶିବିରରୁ ସର୍ବମୋଟ୍ ୩୦ ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥିଲା । ଏହି ଶିବିରକୁ ନିଷ୍ଠାର ଉପ ସଭାପତି ଆଶିଷ କର, ବରିଷ୍ଠ ସଦସ୍ୟ ସଚି ପଣ୍ଡା, ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ମହିଳା ଶାଖାର ତ୍ରିପୁରା ସୁହୁଲାଙ୍କ ସମେତ ଅନ୍ୟ ସଦସ୍ୟମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.