ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କ ଜାମିନକୁ ନାମଞ୍ଜୁର କରିଛନ୍ତି କୋର୍ଟ ବୋଲି ଜଣାପଡିଛି । ୧୫ଦିନ ପାଇଁ ରାଧେକୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ବଙ୍ଗୋମୁଣ୍ଡା ଜେଏମଏଫସି । ରାଧେ ବିରୋଧରେ ଭାରତୀୟ ପିଙ୍ଗଳ ଧାରାର ୩୦୨, ୨୦୧, ୩୪ ଦଫା ଲଗାଯାଇଛି । ତେବେ ଅନ୍ୟ ଦୁଇ ଜଣ ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ରାତ୍ର ଜଗୁଆଳୀ ଗୁପ୍ତେ ତାଣ୍ଡିକୁ ବଲାଙ୍ଗିର ପୋଲିସ ରାଜ ସାକ୍ଷୀ କରିଥିବା ସୂଚନା ମିଳିଛି ।