p purohi

ହରିଦ୍ୱାର ମହାକୁମ୍ଭ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାରେ ଯୁବ ତୀର୍ଥର ଚେତନା ଏବଂ ଆପଣଙ୍କ ଦ୍ୱାରରେ ଗଙ୍ଗା ଯୋଜନା ପ୍ରସ୍ତୁତି

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିକୁଞ୍ଜ ହରିଦ୍ୱାର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ପଡୁଥିବା ହରିଦ୍ୱାର ମହାକୁମ୍ଭକୁ ନ ଯାଇ ସମଗ୍ର ଦେଶରେ ଗଙ୍ଗାକୁ ଆପଣଙ୍କ ଦ୍ୱାରରେ ପହଞ୍ଚାଇବା ଯୋଜନା ମାଧ୍ୟମରେ ସମଗ୍ର ଦେଶରେ ଗଙ୍ଗାଜଳ ଓ ଯୁବ ତୀର୍ଥର ଚେତନା ଘରେ ଘରେ ପହଞ୍ଚାଇବା ପାଇଁ ବଲାଙ୍ଗିର ଜିଲ୍ଲାର ଶକ୍ତିପୀଠ ଗୁଡିକ ମାଧ୍ୟମରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବଲାଙ୍ଗିର ଜିଲ୍ଲା ସଂଯୁକ୍ତ ସମନ୍ୱୟ ସମିତିର ସଂଯୋଜକ ଉଦୟନାଥ ପାତ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠ ଠାରେ ଏକ ଜିଲ୍ଲା ସ୍ତରୀୟ ଗୋଷ୍ଠି ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଗୋଷ୍ଠିରେ ହରହର ଗଙ୍ଗେ ଘର ଘର ଗଙ୍ଗେ ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ, ପ୍ରଜ୍ଞାପୀଠ, ଚେତନା କେନ୍ଦ୍ର, ଚରଣ ପୀଠ ଓ ଶ୍ରଦ୍ଧାଳୁ ଭାଇ ଭଉଣୀମାନଙ୍କୁ ନେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଲୋଚନା କରାଯାଇଥିଲା । ମାର୍ଚ୍ଚ ମାସ ୩ ତାରିଖରେ ରାଜଖରିଆର ଗାୟତ୍ରୀ ଶକ୍ତିପୀଠ ଠାରେ ଉପଜୋନ ସ୍ତରୀୟ କାର୍ଯ୍ୟକ୍ରମରେ ହରିଦ୍ୱାରରୁ ଶାନ୍ତିକୁଞ୍ଜର ପ୍ରତିନିଧିମାନେ ଆଣିଥିବା ଗଙ୍ଗାଜଳ, ପ୍ରସାଦ ଇତ୍ୟାଦିକୁ ବଲାଙ୍ଗିର ଜିଲ୍ଲାରୁ ଯାଇଥିବା ୯ ଗୋଟି ପ୍ରତିନିଧି ଦଳର ଭାଇ ଭଉଣୀମାନେ ଗ୍ରହଣ କରିବେ । ଶାନ୍ତିକୁଞ୍ଜରୁ ଆସିଥିବା ବିଶେଷ ଦଳ ଯୋଜନାକୁ କ୍ରିୟାନ୍ୱିତ କରିବା ପାଇଁ ଦିନିକିଆ ପ୍ରଶିକ୍ଷଣ ସଙ୍ଗେ ସଙ୍ଗେ ତୀର୍ଥ ସାହିତ୍ୟ ଗୁଡିକ ମଧ୍ୟରୁ ଗଙ୍ଗାଜଳ, ଦେବସ୍ଥାପନା, ଗାୟତ୍ରୀ ଉପାସନା ଓ ଯଜ୍ଞବିଧି ପୁସ୍ତକ ଆପଣଙ୍କ ଦ୍ୱାରରେ ପହଞ୍ôଚ ହରିଦ୍ୱାର ପୁସ୍ତିକା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏଠାରୁ ଯାଇଥିବା ପ୍ରତି ଦଳ ଦଳପିଛା ୧୧ ଗୋଟି ଗ୍ରାମର ପ୍ରତି ଗ୍ରାମର ସର୍ବନିମ୍ନ ୨୫ଗୋଟି ପରିବାରରେ ତୀର୍ଥ ସ୍ଥାପନ କରି କାର୍ଯ୍ୟକ୍ରମକୁ ଆଗକୁ ବଢାଇବେ । ଗାୟତ୍ରୀ ଯଜ୍ଞ ଓ ଶାନ୍ତିପାଠ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

nrusinghnath
Leave A Reply

Your email address will not be published.