
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାରେ ସବୁ ଆଡେ ଆଜିକାଲି ପ୍ରହରୀ ଚାଲିଛି ଓ ମହାପ୍ରଭୁଙ୍କର ଧୁନ୍ “ହରେ କୃଷ୍ଣ ହରେ ରାମ “ରେ ସମସ୍ତ ଭକ୍ତମାନଙ୍କୁ ବେଶ ଆନନ୍ଦିତ କରୁଛି । ଏହି ପରିପ୍ରେକ୍ଷୀରେ କାଲି ସନ୍ଧ୍ୟା ୫.୩୦ ରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ସିଂହଦେଓ, କେସିଙ୍ଗା ୱାର୍ଡ ନଂ ୦୬ରେ ଚାଲିଥିବା ପ୍ରହରୀ ଷୋଳହ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦାନ କରିବା ନିମନ୍ତେ ଆସିଥିଲେ । ମହାରାଜ ଧର୍ମଗଡ଼ ବିଧାନସଭା ନିର୍ବାଚନରେ ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ ଥିଲେ ଓ ଭାଜପାକୁ ଶକ୍ତିଶାଳୀ କରିବା ପାଇଁ ନିରନ୍ତର ପ୍ରୟାସ କରିଆସିଛନ୍ତି । କଳାହାଣ୍ଡି ମହାରାଜଙ୍କୁ ସ୍ଵାଗତ କରିଥିଲେ ଗୌନ୍ତିଆ ପଡା ନାମଯଜ୍ଞ ଆୟୋଜନ କମିଟିର ମୁଖ୍ୟ ଡାଃ ହେମସାଗର ସାହା ଓ ତାଙ୍କର ଧର୍ମପତ୍ନୀ ଯାଜ୍ଞସେନୀ ସାହା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ନଗର ସଭାପତି ପିଙ୍କୁ ପରିଡା, କେସିଙ୍ଗା ନଗର ପୂର୍ବତନ ସଭାପତି ବିର୍ଦ୍ଧି ଜୈନ, ପ୍ରଶାନ୍ତ ବାନାର୍ଜୀ, ମଣ୍ଟୁ ବର୍ମା, ବିମଳ ବାଗ, ବଣ୍ଟି ସାହୁ, ସୁଶାନ୍ତ ସାହା ଓ ସମ୍ପାଦକ ଯୁଗଳ କିଶୋର ଦୀପ ।