jayashree

ସାଲେଭଟାରେ ସ୍କର୍ଫିଓ ଦୁର୍ଘଟଣା : ୨ଗୁରୁତର

ସାଲେଭଟା, (କେପିଏନ୍‌ଏସ୍‌) : ସାଲେଭଟାରେ ଏକ ସ୍କର୍ଫିଓ ଦୁର୍ଘଟଣା ଘଟି ୨ ଗୁରୁତର ହେ।ଇଛନ୍ତି । ସ୍କର୍ଫିଓ ଗାଡିଟି ସଂପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଛି । ଉକ୍ତ ଗାଡିଟି ସୁବର୍ଣ୍ଣପୁର ଜିଲ୍ଳା ତରଭା ବ୍ଲକ ଅଧ୍ୟକ୍ଷଙ୍କ ବୋଲି କୁହାଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କର ଡ୍ରାଇଭର ଗୁରୁତର ହେ।ଇଛନ୍ତି । ତୁରନ୍ତ ଉଦ୍ଧାର କରି ବଲାଙ୍ଗିର ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବରଗଡର ଏକ ଘରୋଇ ହସପିଟଲାକୁ ସ୍ଥାନାନ୍ତର କରାଯାଇଛି । ସୁବର୍ଣ୍ଣପୁର ବିଜେଡି ସଭାପତି ତଥା ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଓ ତାଙ୍କ ଡ୍ରାଇଭର ଧନଞ୍ଜୟ କଲତା ଭୁବନେଶ୍ୱରରୁ ସମ୍ବଲପୁର ଦେଇ ମେଣ୍ଡା ଦେଉଲପଦର ଫେରୁଥିବାବେଳେ ବଲାଙ୍ଗିର ଜିଲ୍ଲା ସାଲେଭଟା ଠାରେ ଏକ ଟ୍ରଲରକୁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.