jayashree

ସାମ୍ବାଦିକଙ୍କ ଏକତାକୁ ଗୁରୁତ୍ୱ : ବରଗଡ଼ ଡିଷ୍ଟ୍ରିକ୍ଟ ପ୍ରେସ୍ କ୍ଲବ୍‌ର ନୂତନ ଟିମ୍ ଗଠିତ

  • ଏମ୍‌.ଡି. ଅସଲମ ସଭାପତି, ଶ୍ରୀକାନ୍ତ ମଟାରୀ ସମ୍ପାଦକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଡିଷ୍ଟ୍ରିକ୍ଟ ପ୍ରେସ୍ କ୍ଲବ୍‌ର କାର୍ଯ୍ୟକାରୀ କମିଟିର ନୂତନ କର୍ମକର୍ତ୍ତା ଚୟନ ସର୍ବସମ୍ମତି କ୍ରମେ ଅନୁଷ୍ଠିତ ହୋଇଛି । କ୍ଲବ୍‌ର ସାଂଗଠନିକ ଏକତା, ସାମ୍ବାଦିକଙ୍କ ସ୍ୱାର୍ଥରକ୍ଷା ଓ ସାମ୍ବାଦିକତାର ମର୍ଯ୍ୟାଦା ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତ ସଦସ୍ୟଙ୍କ ସହମତି ଓ ସମର୍ଥନରେ ନୂତନ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଛି । ନୂତନ କମିଟିରେ ଏମ୍‌.ଡି. ଅସଲମଙ୍କୁ ସଭାପତି ଏବଂ ଶ୍ରୀକାନ୍ତ ମଟାରୀଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ସେହିପରି କିଶନଲାଲ ଅଗ୍ରୱାଲଙ୍କୁ ଉପସଭାପତି, ତ୍ରିବିକ୍ରମ ତ୍ରିପାଠୀଙ୍କୁ ଯୁଗ୍ମ ସମ୍ପାଦକ ଏବଂ ନିତ୍ୟାନନ୍ଦ ବାଗଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଏବଂ ସଂଗଠନର କାର୍ଯ୍ୟକାରିଣୀ କମିଟି ରେ ବରିଷ୍ଟ ସଦସ୍ୟ, ବାଲାଜୀ ବିଭୂରଞ୍ଜନ ତରସିଆ, ସତ୍ୟଜିତ ଦାସ, ଏସ୍‌.କେ ନସୀମୁଦ୍ଦିନ, ତ୍ରିଲୋଚନ ସାହୁ, ବିଜୟ ମିଶ୍ରଙ୍କୁ ସର୍ବସମ୍ମତ୍ତି ଭାବେ ରଖାଗଲା । ନୂତନ ଭାବେ ମନୋନୀତ କର୍ମକର୍ତ୍ତାମାନେ କ୍ଲବ୍‌ର ସାମଗ୍ରିକ ବିକାଶ, ସଦସ୍ୟମାନଙ୍କ ମଧ୍ୟରେ ସୁସମ୍ପର୍କ ଓ ଏକତା ବଜାୟ ରଖିବା ସହ ସାମ୍ବାଦିକମାନଙ୍କ ଅଧିକାର ଓ ସ୍ୱାଭିମାନ ପାଇଁ ସମୂହ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି । ନୂତନ କମିଟି ଚୟନକୁ ନେଇ ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.