jayashree

ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡାର ପ୍ରତିଷ୍ଠା ଦିବସ ସମାରୋହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଏଥଲେଟିକ ଏସୋସିଏସନର ୩୫ ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦ୍ଦୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ତହସିଲଦାର ଟିକୁନୁ ପୁଟା, ଆଇଆଇସି ସିପୋରା ସାଏରା ଲୁଗୁନ ଏବଂ ମୁଖ୍ୟବକ୍ତା ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡ. ଦ୍ଵାଦଶ କୁମାର ପଧାନ, ନୂଆପଡ଼ା ଜିଲ୍ଲା ସୁନାବେଡା ପିଏଚସିର ଭାରପ୍ରାପ୍ତ ମେଡିକାଲ ଅଫିସର ଡ. ମୁକେଶ ମେହେର, ସମାଜସେବୀ ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଯୁଧିଷ୍ଠିର ପଧାନ, ମହଦା ପାହାଡ ବଞ୍ଚାଅ ଅଭିଯାନ କମିଟିର ଶେଷଦେବ ଖମାରୀ, ଓଏଭି ଅଧ୍ୟକ୍ଷା ଡ. ଜ୍ୟୋତିର୍ମୟୀ ପଧାନ, ବେଥାନୀ କନଭେଣ୍ଟ ସ୍କୁଲ ଅଧ୍ୟକ୍ଷା ସିଷ୍ଟର ମଞ୍ଜୁଳା, ପୂର୍ବତନ ସରପଞ୍ଚ ସୁନିଲ ଅଗ୍ରୱାଲ, ସହକାରୀ ଶିକ୍ଷକ ରୁକ୍ମଣ ଧରୁଆ, ସୁବର୍ଣ୍ଣପୁର ଫ୍ଲୋରା ସମ୍ବଲପୁରୀ ପରିଚାଳିକା ରାଜଶ୍ରୀ ମେହେର ତଥା ଆୟୋଜକ ଅନୁଷ୍ଠାନର ଶ୍ରେଷ୍ଠ ୍‌ସ୍ୱଚ୍ଛାସେବୀ ମନୋଜ ଧରୁଆଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଅନୁଷ୍ଠାନର ଦଶଜଣ ମହିଳାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ପାଦକ ସଚ୍ଚିଦାନନ୍ଦ ସାହୁ ସ୍ୱାଗତ ଭାଷଣ ତଥା ମାନପତ୍ର ପାଠ କରିଥିବା ବେଳେ ସୁଧାଂଶୁ ମହାକୁର, ଗୁଣମଣି ସେଠ, କାଳୀଚରଣ ବଗର୍ତ୍ତୀଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସାମୂହିକ ଆଳତୀ କରାଯିବା ସହିତ ବୃଦ୍ଧବୃଦ୍ଧାଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.