jayashree

ପବିତ୍ର କାର୍ତ୍ତିକ ମାସରେ ଅଖଣ୍ଡ ବ୍ରହ୍ମଯଜ୍ଞ ଘୃତାହୁତି ସମାରୋହ

କେସିଙ୍ଗା, (ପ୍ରୀତେଶ ପଟେଲ) : କାର୍ତ୍ତିକ ମାସରେ ଚାରିଆଡ଼ି ଶ୍ରଦ୍ଧା ଓ ଭକ୍ତିମୟ ପରିବେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବଗାଡ଼ ଠାରେ ଅଖଣ୍ଡ ବ୍ରହ୍ମଯଜ୍ଞ ଘୃତାହୁତି ସମାରୋହ ଦୁଇ ଦିନଧରି ହର୍ଷ ଓ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଯାଇଛି । ଅଲେଖ ଅରୂପ ଶୂନ୍ୟ ନିତ୍ୟ ଶୁଦ୍ଧ ସନାତନ ନିର୍ଗୁଣ ପରମବ୍ରହ୍ମ ବିଭୁ ସତ୍ୟ ସନାତନ ଓ ବିଶ୍ୱ ଶାନ୍ତି ତଥା ସମସ୍ତ ପ୍ରାଣୀଙ୍କ ମଙ୍ଗଳର୍ଥେ ଏହି ଅଲେଖ ଅଖଣ୍ଡ ବ୍ରହ୍ମଯଜ୍ଞ ଆୟୋଜିତ ହୋଇଥିଲା ବୋଲି ଏହି ଅଖଣ୍ଡ ଯଜ୍ଞର କର୍ତ୍ତା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ ପ୍ରକାଶ କରିଛନ୍ତି । ଏହି ଅଖଣ୍ଡ ବ୍ରହ୍ମଯଜ୍ଞ ଘୃତାହୁତି ସୋମାରୋହରେ ଯୋରନ୍ଦା ଗାଦି ଓ ସ୍ଥାନୀୟ ଅଞ୍ଚଳରୁ ଅନେକ ଅଲେଖ ଧର୍ମୀ ସାଧୁ ଯୋଗ ଦେଇଥିବା ବେଳେ ଦୁଇଦିନଧରି ଏହି ଅଖଣ୍ଡ ଯଜ୍ଞରେ ଅନେକ ଶ୍ରଦ୍ଧାଳୁ ଯୋଗଦେଇ ଘୃତାହୁତି ସମାରୋହରେ ଘୃତଦାନ କରି ଆଶିଷ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସଫଳ କରିବା ପାଇଁ ବଗାଡ଼ ଗ୍ରାମବାସୀ ଓ ସ୍ଥାନୀୟ ମହିମା ଦୀକ୍ଷା ଲୋକେ ସହଯୋଗ କରିଥିଲେ ।

Leave A Reply

Your email address will not be published.