ପ୍ରଭାତ ଚେରିଟେବୁଲ ଟ୍ରଷ୍ଟ ତରଫରୁ ମାଗଣା ଅକ୍‌ସିଜେନ୍ ସେବା ଆରମ୍ଭ

ସୋହେଲା, (କେପିଏନ୍‌ଏସ୍‌) : କରୋନା ମହାମାରୀ ସମୟରେ ଅକ୍‌ସିଜେନ୍ ଗୁରୁତର ରୋଗୀଙ୍କ ପାଇଁ ଜୀବନ ପ୍ରଦାନର କାର୍ଯ୍ୟ କରିଥାଏ । ଆମ ରାଜ୍ୟରେ ପ୍ରସ୍ତୁତ ଅକସିଜେନ୍ ଦେଶର ବିଭିନ୍ନ ରାଜ୍ୟର ରୋଗୀଙ୍କୁ ଜୀବନ ରକ୍ଷା କରି ପାରିଛି । କରୋନା ମହାମାରୀ ସମୟରେ ଏହା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ଅଟେ, ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ସୋହେଲା ବ୍ଲକ ସାହାଜବାହାଲର ପ୍ରଭାତ ଚେରିଟେବୁଲ ଟ୍ରଷ୍ଟ ତରଫରୁ ଏକ ମାଗଣା ଅକ୍‌ସିଜେନ୍ ସେବା ଆରମ୍ଭ କରାଯାଇଛି । କରୋନା କଟକଣା ନିୟମାନୁସାରେ କମ୍ ସଦସ୍ୟଙ୍କ ଉପସ୍ଥିତିରେ ଟ୍ରଷ୍ଟର ଚେୟାରମ୍ୟାନ୍ ଡାକ୍ତର ଶିଶିର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ ଚେୟାରମ୍ୟାନ୍ ଜୀବର୍ଦ୍ଧନ ବରିହା ଉଦଘାଟନ କରିଥିଲେ । ଡ ଟେକଚାନ୍ଦ ଦୁଆନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଟୀ ବସନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ଚେମ୍ବର ଅଫ କର୍ମସର ସଂପାଦକ ସୁଶାନ୍ତ ଦାସଙ୍କ ସହଯୋଗରେ ତିନୋଟି ସିଲିଣ୍ଡର ସହ ଆନୁସଙ୍ଗିକ ଉପକରଣ, ଅକ୍‌ସିମିଟର ରୋଗୀ ସେବା ପାଇଁ ରଖାଯାଇଛି । ଏହି ଅବସରରେ ପ୍ରଭାତ ଚେରିଟେବୁଲ ଟ୍ରଷ୍ଟ ପରିଚାଳିତ ହସପିଟାଲ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହା ପରେ ମାକ୍ସ ବଣ୍ଟନ କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।

Leave A Reply

Your email address will not be published.

five − five =