‘କୋଶଳ ପ୍ରବାହ’ର ପ୍ରଭାବ : ଖୋଲା ଟ୍ରାନ୍ସଫର୍ମର ଚାରିପଟେ ଲାଗିଲା ତାର ଜାଲି ବାଡ

ପାଟଣାଗଡ଼, (କ୍ରି‌ଷ୍ଣା ସେଠୀ) : ଗତ ନଭେମ୍ବର ମାସରେ ଆମେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ବାଡ଼କୁ ଲାଗି ଦୁଇ ଗୋଟି ୧୦୦ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦ ସଂଙ୍କୁଳ ଅବସ୍ଥାରେ ଥିବା ତଥା ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ କେତେବେଳେ ଯେ’ କ’ଣ ଦୁର୍ଘଟଣା ଘଟିପାରେ ବୋଲି ‘କୋଶଳ ପ୍ରବାହ’ରେ ନ୍ୟୁଜ ପରିବେଷଣ କରିଥିଲୁ । ସେହି ରାସ୍ତା ଦେଇ ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରୁଥିବା ବେଳେ ବାସ୍‌ସ୍ତବରେ ଏହା ଖୁବ୍‌ ବିପଦ୍‌ଜନକ ଅବ‌ସ୍ଥାରେ ରହିଥିଲା । ‘କୋଶଳ ପ୍ରବାହ’ର ପ୍ରକାଶିତ ଖବରକୁ ନେଇ ଟୁଇଟର୍ ବଏ ଉମେଶ ବିଶି ଭାଇ କଲେକ୍ଟର, ମୁଖ୍ୟମନ୍ତ୍ରୀ, ୱେସ୍କୋ ଏନାର୍ଜି ଓଡିଶାକୁ ଟୁଇଟ୍ କରି ଜଣାଇଥିଲେ । ଆମର ଖବର ଏବଂ ତାଙ୍କର ଟୁଇଟ୍ ତଥା ପ୍ରଶାସନିକ ପଦକ୍ଷେପ ଯୋଗୁଁ ଏବେ ଟ୍ରାନ୍ସଫର୍ମରର ଚାରିପଟେ ତାରଜାଲି ବାଡ ଦେବା କାମ ଆରମ୍ଭ ହୋଇଛି । ଅଂଚଳବାସୀ ‘କୋଶଳ ପ୍ରବାହ’ ପରିବାର ତଥା ଉମେଶ ବିଶି ଭାଇ‌ଙ୍କୁ ଶୁଭେଚ୍ଛା ଜଣାଇଛ‌ନ୍ତି ।

jittmm
Leave A Reply

Your email address will not be published.