
ବରଗଡ଼, (ମୁନ୍ନା ସାହୁ) : ହୋଣ୍ଡା ଏକ୍ଟିଭା ସ୍କୁଟିରେ ବୁଲି ବୁଲି କଫ୍ ସିରଫ୍ ବିକ୍ରି କରୁଥିଲେ । ମାଡ଼ି ବସିଲା ପୋଲିସ୍ । ଏବେ ବେଆଇନ୍ କଫ୍ ସିରଫ୍ କାରବାର ରୋକିବା ଦିଗରେ ତତ୍ପର ହୋଇ ଉଠିଛି ବରଗଡ଼ ପୋଲିସ । ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶରେ ଅଂଚଳରେ ରୀତିମତ ବେଆଇନ୍ କଫ୍ ସିରଫ୍ ଉପରେ ଚଢ଼ାଉ ଜାରି ରହିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ ଅମ୍ବାଭନା଼ ପୋଲିସ ହୋଣ୍ଡା ଏକ୍ଟିଭା ସ୍କୁଟିରେ ବୁଲି ବୁଲି କଫ୍ ସିରଫ୍ ବିକ୍ରି କରୁଥିବା ଦୁଇ ଜଣ ଅଭିଯୁକ୍ତ ଘନଶ୍ୟାମ ନାଏକ(୩୯) ଏବଂ ପୁଗଲ କୁସମ୍(୫୮)କୁ ଗିରଫ୍ କରିଛି । ସେମାନଙ୍କଠାରୁ ୧୫୦ ବୋତଲ ବେଆଇନ ଏସ୍କଫ୍ ସିରଫ୍ ଜବତ୍ ହୋଇ ପୋଲିସ ସୂତ୍ରରୁ ଖବର ମିଳିଛି । ଏଥିସହ ଅପରାଧରେ ବ୍ୟବହୃତ ସ୍କୁଟି, ଗୋଟିଏ ରିଏଲ୍ମି ମୋବାଇଲ୍ ଫୋନ୍ ଏବଂ ନଗଦ ୩୫୦୦ ଟଙ୍କା ସେମାନଙ୍କଠାରୁ ଜବତ୍ ହୋଇଥିବା ସୂଚନାରେ କୁହାଯାଇଛି ।