ସାମ୍ବାଦିକଙ୍କ ପିତୃ ବିୟୋଗ

ଟିଟିଲାଗଡ, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ର ଟିଟିଲାଗଡ ପ୍ରତିନିଧି ଗୌରବ ଦର୍ଜୀଙ୍କ ବାପା ବିଦ୍ୟାଧର ଦର୍ଜୀ(୬୪)ଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି । ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବରେ ସେ ଟିଟିଲାଗଡ ଅଞ୍ଚଳରେ ବେଶ ଜଣାଶୁଣାଥିଲେ । ତାଙ୍କ ଦେହାନ୍ତରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଟେଲରିଂ ବୃତ୍ତି କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ସ୍ୱର୍ଗତ ଦର୍ଜୀଙ୍କ ଆତ୍ମା ସଦ୍‌ଗତି ପାଇଁ ଅଞ୍ଚଳବାସୀ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.

14 + 8 =