csstore

ବଟେଶ୍ୱର ଶୈବପୀଠ ମୁଖ୍ୟରାସ୍ତାରେ ପାର୍କିଂଗ ଫାଟକର ଶୁଭ ଉଦ୍‌ଘାଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମ ନିକଟରେ ବିଜେ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ନିକଟସ୍ଥ ମୁଖ୍ୟରାସ୍ତାରେ ଏକ ପାର୍କିଂଗ ଫାଟକର ଶୁଭ ଉଦ୍‌ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ତଥା ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ଛୋଟରାୟ, ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ କୁମାର ପଲାଇ, ସମାଜସେବୀ ଶିବ ପ୍ରସାଦ ସ୍ୱାଇଁ, ଶିକ୍ଷାବିତ ବିରେନ ପ୍ରଧାନ, ପବିତ୍ର ସ୍ୱାଇଁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.