om academy

ଘସିଏନ୍‌ର ସୁବୁଦ୍ଧି ଭାଇନାଙ୍କ ହୃଦ୍‌ଘାତରେ ପରଲୋକ

jsm

ପାଟଣାଗଡ଼, (କେପିଏନ୍‌ଏସ୍‌) : ଘସିଏନ୍‌ର ସୁଦର୍ଶନ ସୁବୁଦ୍ଧି(୬୫)ଙ୍କ ଆଜି ଅପରାହ୍ନ ୨ଟା ସମୟରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ଅଂଚଳରେ ସେ ସୁବୁଦ୍ଧି ଭାଇନା ଭାବରେ ବେଶ୍‌ ପରିଚିତ ଥିଲେ । ଲୋକଙ୍କୁ ସେବା ଯୋଗାଇବା ହିଁ ତାଙ୍କର ମୂଳ ଲକ୍ଷ୍ୟ ରହିଥିଲା । ସରକାରୀ ଚାକିରୀରୁ ଅବସର ନେବା ପରେ ସେ ଜନସେବାରେ ନିୟୋଜିତ ଥିଲେ । ବାସ୍ତବରେ ସେ ପୂର୍ବ ଓଡ଼ିଶାରୁ ଆସି ଏ ଅଂଚଳରେ ଦୀର୍ଘ ୪୫ ବର୍ଷ ଧରି ବସବାସ କରୁଥିବା ବେଳେ ଏ ଅଂଚଳ ପ୍ରତି ତାଙ୍କର ବେଶ୍‌ ମମତା ବଢ଼ି ଯାଇଥିଲା । ଘରେ ଘରେ ସେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.