jsm

ବଲାଙ୍ଗିର ବଣିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ : ଆସନ୍ତା କାଲି ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବଣିକ ସଂଘ ପକ୍ଷରୁ ଆଜି ସ୍ଥାନୀୟ ଭ୍ରମର ହୋଟେଲରେ ସହରର ବିଭିନ୍ନ ସଂଘ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତାକାଲି ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିରରେ ଦିନକୁ ଦିନ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ୍‌କାୟା ବିସ୍ତାର କରୁଥିବା ବେଳେ ବଣିକ ସଂଘ, ବସ୍‌ ମାଲିକ ସଂଘ, ଟ୍ରକ୍‌ ମାଲିକ ସଂଘ, ବାର୍‌ ଏସୋସିଏସନ୍‌, ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଯାଇ କୋଭିଡ ସଂକ୍ରମଣକୁ ନେଇ ଗଭୀର ଆଲୋଚନା କରାଯାଇଥିଲା । ଏଭଳି କରୋନା ମହାମାରୀର ସଂକ୍ରମଣ କାଳରେ ଜୀବନ ଓ ଜୀବିକା ଉଭୟକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯିବା ସହ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ପ୍ରଦାନ କରାଯିବାକୁ ସହମତି ପ୍ରକାଶ ପାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସହ ଏକ୍‌ସନ୍‌ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, ବାର୍‌ ଏସୋସିଏସନ୍‌ ସଭାପତି ପ୍ରବୀଣ ମିଶ୍ର, ପ୍ରଦ୍ୟୁତ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.