om academy

ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ସୋମବାର ସନ୍ଧ୍ୟା ୭ଟାରେ ଲୋଇସିଂହା ବ୍ଲକ ଘୁଙ୍ଗି-ଗେର୍ଡି ରାସ୍ତାରେ ଏକ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମତେ, ପାଟଣାଗଡ଼ ବ୍ଲକ ବେହେରାବନ୍ଧ ଠାରୁ ଲୋଇସିଂହା ବ୍ଲକ ବୁରୋମୁଣ୍ଡା ଗ୍ରାମକୁ ଏକ ପିକ୍‌ଅପ୍‌ ଗାଡ଼ିରେ ଯୌତୁକ ସାମଗ୍ରୀ ନେଇ ବରଘର ଲୋକେ କନ୍ୟାଘରକୁ ଆସିଥିଲେ । ସେଠାରୁ ଫେରିବା ସମୟରେ ଗାଡିଟି ରାସ୍ତା କଡରେ ଥିବା ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇଥିଲା । ଫଳରେ ଗାଡିର ଡ୍ରାଇଭର ସମେତ ସେଥିରେ ବସିଥିବା ଆଉ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ କୋଶଲ ସେନାର କୌସ୍ତୁଭ ସାହୁଙ୍କ ସମେତ ଯୁବକ ମାନେ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ବଲାଂଗିର ଡାକ୍ତରଖାନାରେ ଭର୍ତି କରିଥିବା ଜଣାଯାଇଛି । ଆହତ ମାନଙ୍କ ପରିଚୟ ମିଳି ପାରିନାହିଁ ।

Leave A Reply

Your email address will not be published.