om academy

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗୋଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ପ୍ରଦାନ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗୋଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଗତ ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ବେଆଇନ ଭାବେ ଗୋଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳର କିଛି କାର୍ଯ୍ୟକର୍ତ୍ତା ବିରୋଧ କରି ଶ୍ରୀରାମ ଜଗଦଲାଙ୍କୁ ଏବଂ ତାଙ୍କ ସହ ଗାଈ ଚାଲାଣ କରୁଥିବା କିଛି ବ୍ୟକ୍ତି ବିଶେଷଙ୍କୁ ଅଟକାଇ ଥିଲେ । କିନ୍ତୁ ଶ୍ରୀରାମ ଜଗଦଲା ବଜରଙ୍ଗ ଦଳ କାର୍ୟ୍ୟକର୍ତ୍ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହିନ୍ଦୁ ସମାଜ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ । କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଏହା ମଦ୍ୟ କୁହାଯାଇଛି ଯେ, ଶ୍ରୀରାମ ଜଗଦଲା ଆମେ ଗୋହତ୍ୟା କରିବୁ, ଗାଈ ମାଂସ ଖାଇବୁ ଏବଂ ଗୋଚାଲାଣ କରିବୁ ବୋଲି ମନ୍ତବ୍ୟ ଦେଇଥିଲେ, ଯାହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ଏହାସତ୍ତ୍ୱେ ମଧ୍ୟ ବୀରମହାରାଜପୁର ପୋଲିସ ତାଙ୍କ ଉପରେ ଏ ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହିଁ କିମ୍ବା ତାଙ୍କୁ ଗିରଫ କରିନାହିଁ । ଏହାର ପ୍ରତିବାଦରେ ଆଜି କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଅଧ୍ୟକ୍ଷ ବ୍ୟାସଦେବ ମିଶ୍ରଙ୍କ ନେତୃତ୍ୱରେ ଏବଂ ପ୍ରଦେଶ ମହାମନ୍ତ୍ରୀଙ୍କ ଉପସ୍ଥିତିରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଶ୍ରୀରାମ ଜଗଦଲାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଆରକ୍ଷୀ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ କେଶରୀୟା ହିନ୍ଦୁ ବାହିନୀର ବଲାଙ୍ଗିର ଜିଲ୍ଲା ବରିଷ୍ଠ ଉପାଧକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା କୋଷାଧକ୍ଷ ସୁଶୀଲ ସାହୁ, ପ୍ରଦୀପ କୁମାର ସାହୁ, ରାଜୁ ନାଏକ, ଅଶୋକ ସିଂ, ଦେଓଗାଁ ବ୍ଲକ ସଭାପତି ବଦ୍ରିନାଥ ହୋତା, ସୁବର୍ଣ୍ଣପୁର ବଜରଙ୍ଗ ଦଳ ଜିଲ୍ଲା ସଭାପତି ଜିତୁ ବଡ଼ମାଲି, ସୁବ୍ରତ ବାରିକ୍, ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.