om academy

ଅନଲାଇନ କାର୍ଯ୍ୟକ୍ରମ ‘ କବିର୍‌ କଲ୍‌ମେ କରୋନା ‘ ଉଦଘାଟିତ : ଲେଖନୀ ମାଧ୍ୟମରେ କୋଭିଡ ସଚେତନତା ବାର୍ତ୍ତା ଦେଲେ କବିମାନେ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି କୋଭିଡର ସ୍ଥିତ ଗୁରୁତର ହୋଇ ଚାଲିଥିବା ବେଳେ ବିଶ୍ୱବ୍ୟାପି ସଚେତନା ନିମନ୍ତେ ସଂଗ୍ରାମର ଆବଶ୍ୟକତା ରହିଛି । ନିଜଘରେ ରହି କବି ଲେଖକ ମାନେ ମଧ୍ୟ କଲମ ମୂନରେ ଲୋକଙ୍କୁ ସଚେତନ କରିବାର ଦରକାର ରହିଛି ବୋଲି ଅନଲାଇନରେ ସୃଜନ ଓ ପରବାସୀ କୁଟୁମ୍ବ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ‘କବିର୍ କଲ୍‌ମେଁ କରୋନା ‘ ପ୍ରଥମ ସିରିଜରେ ମତପ୍ରକାଶ ପାଇଛି । ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଚେତନ ଧର୍ମି ଧାରାବାହିକ କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ହଳଧର ନାଗ ଉଦଘାଟନ କରି କବିତା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଥିଲେ । ରସରାଜ କବି ଅଚ୍ୟୁତ ପୁରୋହିତ, କବି ଅଶୋକ କୁମାର ପୂଜାହାରୀ, ବିପ୍ଳବୀ କବି ନିତୀଶ ଆଚାର୍ଯ୍ୟ ଓ କ୍ରାନ୍ତିକବି ହରିପାଲ ସାହୁ କାର୍ଯ୍ୟକ୍ରମରେ ଯୋଗଦାନ କରି କୋଭିଡ ଉପରେ ସ୍ୱରଚିତ କବିତା ଆବୃତ କରି ସମାଜ ପାଇଁ ଚେତନା ବାର୍ତ୍ତା ଦେଇଛନ୍ତି । ପରବାସୀ କୁଟୁମ ସଂପାଦକ ଉମାକାନ୍ତ ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ଦେବାଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ଫେସବୁକ ଓ ୟୁଟୁବରେ ଅପଲୋଡ ହୋଇ ଚେତନା ବାର୍ତ୍ତାକୁ ଅଧିକ ପ୍ରସାରିତ କରାଯିବା ସହିତ ଏହି ଧାରାବାହିକ କାର୍ଯ୍ୟକ୍ରମକୁ ଆଗକୁ ଜାରି ରହିବ ବୋଲି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ସୁଶାନ୍ତ ମିଶ୍ର କହିଛନ୍ତି ।

Leave A Reply

Your email address will not be published.