om academy

କରେନା ସଂକ୍ରମଣକୁ ଦୃଷ୍ଟିରେ କର୍ଣ୍ଣାଟକ ସରକାରଙ୍କ ବଡ ଘୋଷଣା : ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌

jsm

କର୍ଣ୍ଣାଟକ : କରେନା ସଂକ୍ରମଣକୁ ଦୃଷ୍ଟିରେ କର୍ଣ୍ଣାଟକ ସରକାର ବଡ ଘୋଷଣା କରିଛନ୍ତି । ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ । ସୋମବାର କ୍ୟାବିନେଟ ବୈଠକ ପରେ ସିଏମ୍ ବିଏସ୍ ୟେଡିୟୁରପ୍ପା ଏହି ଘେଷଣା କରିଛନ୍ତି ।
ସେ କହିଛନ୍ତି ଯେ “ଏହି ଭୂତାଣୁ ସମଗ୍ର ରାଜ୍ୟରେ ଆକ୍ରମଣାତ୍ମକ ଭାବେ ବ୍ୟାପିବାରେ ଲାଗିଛି। ଏଠାରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଅପେକ୍ଷା ସ୍ଥିତି ଖରାପ ରହିଛି ।” ରବିବାର ଦିନ ସର୍ବାଧିକ ପଜିଟିଭ ମାମଲା ତାଲିକାରେ କର୍ଣ୍ଣାଟକ ତୃତୀୟ ସ୍ଥାନରେ ଥିଲା । ୟେଡିୟୁରପ୍ପା ଏହା ପରେ ଘୋଷଣା କରି କହିଛନ୍ତି ଯେ ଆସନ୍ତାକାଲି ଠାରୁ ୧୪ ଦିନ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ୍‌ଡାଉନ୍‌ ଲାଗୁ ହେବ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜରୁରୀ ଖାଦ୍ୟ ସାମଗ୍ରୀ ସକାଳ ୬ ଟାରୁ ୧୦ ଟା ମଧ୍ୟରେ କିଣିବାକୁ ଅନୁମତି ଦିଆଯିବ । ଅତ୍ୟାବଶ୍ୟକ ସେବା ଜାରି ରହିବ ଏବଂ ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ମଧ୍ୟ ରହିବ।

Leave A Reply

Your email address will not be published.