pr

ଯୁବ ସମାଜସେବୀ ସଂଜୀବ ପାଢ଼ୀ ଚାଲିଗଲେ

dr. purohit

ପାଟଣାଗଡ଼, (କେପିଏନ୍‌ଏସ୍‌) : ଘସିଏନ୍‌ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଛାତ୍ର ଯୁବ ସମାଜସେବୀ ସଂଜୀବ କୁମାର ପାଢ଼ୀ(୨୧)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦାନାମାଲ ଗ୍ରାମ ନିବାସୀ ସ୍ୱର୍ଗତ ସଂଜୀବ କରୋନା ପ୍ରତି ସଚେତନ ରହିବାକୁ ତାଙ୍କ ଅଂଚଳର ଲୋକଙ୍କୁ ପ୍ରୋତ୍ସାହିତ କରି ଆସୁଥିବା ବେଳେ ଆଜି ସେ କରୋନା ସହ ଯୁଦ୍ଧ କରି ଜୀବନ ହରାଇ ଦେଇଥିବା ଘସିଏନ୍‌ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟାପକ ପ୍ରହ୍ଲାଦ ସାହୁ ସୋସିଆଲ ମିଡ଼ିଆରେ ବାର୍ତ୍ତା ଦେଇଛନ୍ତି । ଜଣେ ମେଳାପୀ, ପରୋପକାରୀ ତଥା ବନ୍ଧୁବତ୍ସଳ ଯୁବକ ଭାବରେ ସ୍ୱର୍ଗତ ସଂଜୀବ ପାଢ଼ୀ ଅଂଚଳରେ ବେଶ୍‌ ଜଣାଶୁଣା ଥିବା ବେଳେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

nrusinghnath
Leave A Reply

Your email address will not be published.