om academy

ସେଲ୍ୟୁଟ୍‌ ଅତାବିରା ଆନ୍ଦ୍ର କଲଚରାଲ ଏସୋସିଏସନ : ବରଗଡ଼ ସହରରେ ଦେଖିବାକୁ ମିଳିଲା ଭାଇଚାରାର ଦୃଶ୍ୟ

jsm

ବରଗଡ, (ନିରୋଜ କୁମାର ପାଣୀ) : ବର୍ତମାନ କରୋନା ମହାମାରୀରେ ସମୂର୍ଣ୍ଣ ବିଶ୍ୱ ସହିତ ବରଗଡ଼ ମଧ୍ୟ କବଳିତ । ଏ ସଙ୍କଟ ସମୟରେ ଶବ ସତ୍କାର ପାଇଁ କାଠର ଅଭାବ ଦେଖା ଯାଉଥିବା ବେଳେ ଆଜି ସାହାଯ୍ୟର ହାତ ବଢାଇଛନ୍ତି ଅତାବିରା ଆନ୍ଦ୍ର କଲଚରାଲ ଏସୋସିଏସନ । ସେମାନେ ନିଜସ୍ୱ ଖର୍ଚରେ ଆଜି ୪ ଗୋଟି ଟ୍ରାକ୍ଟରରେ କାଠ ନେଇ ବରଗଡ଼ ପହଞ୍ଚିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ସାହାଯ୍ୟର ହାତ ବଢାଇଥିବାରୁ ସଂକଲ୍ପ ପରିବାର ତରଫରୁ ବହୁତ ଧନ୍ୟବାଦ ଦିଆଯାଇଥିବା ବେଳେ ସଂକଲ୍ପ ପରିବାର ତରଫରୁ କରାଯାଉଥିବା ଶବ ସତ୍କାର ପାଇଁ ଟଙ୍କାଟିଏ ମଧ୍ୟ ଦେବାକୁ ପଡେ ନାହିଁ । ଯଦି କିଏ ଆପଣଙ୍କୁ ଶବ ସତ୍କାରକୁ ନେଇ କୌଣସି ଟଙ୍କା ଦାବୀ କରେ ତାହେଲେ ସଂକଲ୍ପ ପରିବାର ସହିତ ଯୋଗଗାଯୋଗ କରିବାକୁ ଅନୁରୋଧ ବୋଲି ସଂକଲ୍ପ ପରିବାର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.