pakka

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଛ ଲଗାଇବା ଓ ଗଛର ସୁରକ୍ଷା କରିବା, ଆମ ପରିବେଶକୁ ସୁରକ୍ଷିତ ରଖିବା । ଏହି ଆହ୍ୱାନ ସହ ଆଜି ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଡିଏଫ୍‌ଓ ସୁଦର୍ଶନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍‌ୱାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମାନବ ସମାଜ ପାଇଁ ଗଛର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଛନ୍ତ । ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ କୁମାର ଭଂଜ, ୱାଟର୍‌ସେଡ଼୍‌ ପିଡ଼ି ମହୀତୋସ ଦାଶ ପ୍ରମୁଖ ଯୋଗଦାନ କରିଥିବା ବେଳେ ବନ ସଂରକ୍ଷଣ ସଂପର୍କରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବନ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସହରର ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

sixteen + 3 =