pakka

ବିଶ୍ୱ ପଖାଳ ଦିବସ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାରେ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ ଦିବସ ପାଳନ କରାଯାଇଛି । ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖରୁ ସମଗ୍ର ବିଶ୍ୱରେ ବିଶ୍ୱ ପଖାଳ ଦିବସ ପାଳନ ହୋଇ ଆସୁଥିବା ବେଳେ ପଖାଳ କେବଳ ତୃପ୍ତିକର ଖାଦ୍ୟ ନୁହେଁ, ଶରୀର ପାଇଁ ବହୁତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ଓଡିଆ ଜାତିର ଆରାଧ୍ୟ ଦେଵତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭୋଗ ପଖାଳ । ତାଙ୍କ ପାଇଁ ୫ ପ୍ରକାର ପଖାଳ ଖଞ୍ଜା ଯାଇଥାଏ । ତେବେ ବର୍ତ୍ତମାନ ଏହା କେବଳ ଓଡ଼ିଶାରେ ଖାଲି ନୁହେଁ, ସମଗ୍ର ବିଶ୍ଵରେ ଏହା ଜନାଦୃତ ହେବାରେ ଲାଗିଛି । ଗରିମା ପରିବାର ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ସେକ୍ଟର ୨ ସାହାନାଇ ମଣ୍ଡପଠାରେ ମହାସମାରୋହରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନାଙ୍କ ସଂଯୋଜନାରେ ଅଧ୍ୟକ୍ଷ ନିହାରିକା ବସ୍ତିଆ, ସଭାପତି ମମତା ନାୟକ ଓ ସମ୍ପାଦିକା ଡ. ସରିତା ମଲ୍ଲଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁନିଲ କାୟଲ, ଦିଲ୍ଲୀପ ମହାପାତ୍ର, ବିଶ୍ୱରଂଜନ ବେହୁରା, ବିଜୟ ପ୍ରଧାନ, ଦିଲ୍ଲୀପ ମହାନ୍ତି, ଡାକ୍ତର ଗୋପାଳ ରାୟ, ପୱନ ଅଗ୍ରୱାଲ, ପ୍ରଫୁଲ୍ଲ ସୁନ୍ୟାନୀ, କ୍ଷୀରୋଦ ସାହୁ, ରଶ୍ମିତ ସାହାଣୀ, ଜିତେନ୍ଦ୍ର ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲୀନା ତ୍ରିପାଠୀ, ଶଙ୍ଖରିନା ପ୍ରଧାନ, ପ୍ରଣତୀ ଜେନା, ସସ୍ମିତା ମିଶ୍ର, ମୀନତି ମୋଦୀ, ତପସ୍ୱିନୀ ପାତ୍ର, ମମତା ଦାସ, ସୁନିତା ଶ୍ରୀନିବାସନ, ରଶ୍ମିତା ଚୌଧୁରୀ, ଲୁସି ଦାଶ, ଶର୍ମିଲା ରାଜଗୁରୁ, ସବିତା ମହାପାତ୍ର, ରଶ୍ମି ନାୟକ, ଶୁଭଲକ୍ଷ୍ମୀ ପାତ୍ର, ଶୁଭଶ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ହ୍ୟୁମାନିଟି ଫାଉଣ୍ଡେସନ ଓ ଡ୍ରିମ୍ ଟିମ୍ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ଓ ଡ୍ରିମ୍ ଟିମ୍‌ର ମିଳିତ ଆନୁକୂଲ୍ୟରେ ସିଭିଲ ଟାଉନସିପ୍‌ ସ୍ଥିତ ହୋଟେଲ ଓଡିଶୀଠାରେ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରେସି ଡେଭିଡ, ସଭାପତି ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ପ୍ରିୟଙ୍କା ପାଣି, ବିଜୟ ସୁନ୍ଦରାୟ, ଡ୍ରିମ୍ ଟିମ୍‌ର ପଦ୍ମିନୀ ପାଣିଗ୍ରାହୀ, ଅମୀୟ ଦାସ ଓ ଦୁଇ ଅନୁଷ୍ଠାନର ବହୁ ସଦସ୍ୟ, ସଦସ୍ୟା ଯୋଗଦେଇ ପଖାଳର ମଜା ନେଇଥିଲେ । ଦୀପିକା ଇସ୍ପାତ ଶିକ୍ଷା ସଦନ ସେକ୍ଟର ୧୮ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନଠାରେ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଦନର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସହ ଶିକ୍ଷାଧିକାରୀ କୁଞ୍ଜବିହାରୀ ରାଉତ, ଶରତ କୁମାର ସାହୁ, ବରିଷ୍ଠ ଶିକ୍ଷକ ଶ୍ରୀବତ୍ସ ସାମଲ ଓ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଖାଳର ମଜା ନେଇଥିଲେ । ଇନ୍ଦିରା ମହିଳା ସମିତି ସିଭିଲ ଟାଉନସିପ୍‌ ସ୍ଥିତ ଇନ୍ଦିରା ମହିଳା ସମିତି ତରଫରୁ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳନ କରିଛି । ଅନୁଷ୍ଠାନର ମୁଖ୍ୟ ପୁଷ୍ପା ଲେଙ୍କା ଓ ସମ୍ପାଦିକା ୱାଇ. ହେମଲତାଙ୍କ ଆହ୍ୱାନରେ ସମିତିର ଶତାଧିକ ସଦସ୍ୟା ଯୋଗଦେଇ ପଖାଳର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶୈଳେନ୍ଦ୍ର ମହାନ୍ତି, ବିନୋଦ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏ ସମ୍ପର୍କରେ ଆଲୋଚନା କରିବା ସହ ପଖାଳ ସହ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ । ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକ୍ରମ ଆଚାର୍ଯ୍ୟ, ପ୍ରିୟା ପାତ୍ରଙ୍କ ସମେତ ବହୁ ସଦସ୍ୟ, ସଦସ୍ୟା ଯୋଗଦେଇ ବିଭିନ୍ନ ବ୍ୟଞ୍ଜନ ସହ ପଖାଳର ମଜା ନେଇଥିଲେ । କାନଭାସ ପରିବାର ତରଫରୁ ସେକ୍ଟର ୨୧ସ୍ଥିତ କୁଷ୍ଠବସ୍ତିଠାରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଛି । କାନଭାସର ମୁଖ୍ୟ ସୁରେଶ ପ୍ରଧାନଙ୍କ ନିର୍ଦ୍ଦେଶ ଓ ବରିଷ୍ଠ କର୍ମକର୍ତ୍ତା ପ୍ରଭୁ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବସ୍ତିର ଅନ୍ତେବାସୀଙ୍କ ସହ ବିଭିନ୍ନ ବ୍ୟଞ୍ଜନ ସହ ପଖାଳର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ କାଉନ୍‌ସିଲର୍‌ ପାର୍ଥ ସାରଥୀ, ମନୋଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ବହୁ ସଦସ୍ୟ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

8 + eight =