ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଭରସୂଜା ଗ୍ରାମପଂଚାୟତ ଗଣ୍ଡପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇ ଶିକ୍ଷକ ପୁଷ୍ପରାଜ ଦଳପତି ଅତିଥି ପରିଚୟ ପ୍ରଦାନ ସହ ମଂଚ ପରିଚାଳନା କରିଥିଲେ । ସ୍କୁଲର ପରିଚାଳନା କମିଟି ସଭାପତି ଅଧିକାରୀ ସାହୁ, ଶିକ୍ଷକ ମହାବାହୁ ବାଗ, ସହକାରୀ ଶିକ୍ଷକ ଅହଲ୍ୟା ବନଛୋର, ରାମ ସାହୁ, ଶବର ସାହୁ ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ । ଅତିଥିମାନଙ୍କୁ ଉପଢୌକନ ଓ ଫୁଲତୋଡା ସହ ସ୍ୱାଗତ ପରେ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରି ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । କୁଇଜ, ଗୀତ, ନୃତ୍ୟ, କବିତା ପାଠ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟ, ସଭ୍ୟା, ୱାର୍ଡ ସଭ୍ୟ ଦେହେରୁ ସାହୁ, ଛାତ୍ରଛାତ୍ରୀ ତଥା ସମସ୍ତ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ଅହଲ୍ୟା ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 − 1 =