ବ୍ଲକସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସଭାର ଆୟୋଜନ ହୋଇ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଚମାର ଚୌହାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ମମତା ସେଠୀ, ନଅଗାଁ (କ) ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ସାହୁ ଯୋଗଦାନ କରିଥିଲେ । ବିଭିନ୍ନ ସ୍କୁଲର ୧୦୮ ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ । ଦେବ ପଶାୟତ, ସୁରଭି ପଧାନ, ସିଦ୍ଧିଶ୍ରୀ ପଟେଲ, ଆଦ୍ୟାଶ୍ରୀ ବେହେରା, ପ୍ରଜ୍ଞା ପରିମିତା ମିଶ୍ର, ମହେଶ ପଧାନ, ପୂଜା ବେହେରା, ନବ୍ୟାରାଣୀ ସୁନା, ସଂସ୍କୃତି ଭୋଇ, ଅଂଶୁମାନ ପଟେଲ ପ୍ରମୁଖ ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ସ୍କୁଲର ବରିଷ୍ଠ ଶିକ୍ଷକ ଉମାକାନ୍ତ ପଟେଲ ମଂଚ ପରିଚାଳନା କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସହକାରୀ ଶିକ୍ଷକ କର୍ମ ପଧାନଙ୍କ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.

4 × five =