ସେପ୍ଟେମ୍ବର ମାସ ୨୦ରେ ଗ୍ଲୋବାଲ ୱେଷ୍ଟର୍ଣ ଓଡ଼ିଶା(ଗ୍ଲୋ) ପକ୍ଷରୁ ଅନଲାଇନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସ୍ତରର ଅଗ୍ରଣୀ ସଂଗଠନ ଗ୍ଲୋବାଲ ୱେଷ୍ଟର୍ଣ ଓଡ଼ିଶା(ଗ୍ଲୋ) ପକ୍ଷରୁ ଅନଲାଇନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଆସନ୍ତା ରବିବାର ସେପ୍ଟେମ୍ବର ମାସ ୨୦ ତାରିଖରେ ସନ୍ଧ୍ୟା ୪ ଟାରୁ ରାତି ୮ ଟା ଯାଏଁ ଏହି ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂସ୍ଥା ପକ୍ଷରୁ ଜଣା ପଡ଼ିଛି । ଆନ୍ତର୍ଜାତିକ ସ୍ତରର ଅର୍ଥନୀତିଜ୍ଞ, ରାଷ୍ଟ୍ରଦୂତ, ଜାତୀୟ ସ୍ତରର ପ୍ରଶାସନିକ ଅଧିକାରୀ , ରାଜନେତା ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ଅବସରରେ ବିଶିଷ୍ଟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଯୁବ ପ୍ରତିଭା ମାନଙ୍କୁ ସମ୍ମାନୀତ ତଥା ଉତ୍ସାହିତ କରାଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଏହି ସଂସ୍ଥା ଦ୍ୱାରା ବିଭିନ୍ନ କ୍ଷେତ୍ର ଯଥା ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ସିନେମା, ଇତିହାସ, ଖେଳ ତଥା ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ସମୟରେ ଓ୍ବେବ ନେୟାର୍ ମାନ କରାଯାଇଛି । ପ୍ରକାଶଯୋଗ୍ୟ ବିଶ୍ବର ୧୭ ଗୋଟି ଦେଶ ତଥା ଭାରତର ୧୬ ଗୋଟି ସହରରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ବ୍ୟକ୍ତି ତଥା ସଂସ୍ଥାକୁ ନେଇ ଏହି ଅନୁଷ୍ଠାନ ଗଠିତ । ଏହି ସଂସ୍ଥା ଦ୍ୱାରା ଦେଶରେ ତାଲା ବନ୍ଦ ସମୟରେ ଅନେକ ଲୋକଙ୍କୁ ନିଜ ନିଜ ଘରେ ସୁରକ୍ଷିତ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା । ଏହି ନୂଆଁଖାଇ କାର୍ଯ୍ୟକ୍ରମ ଟି ଗ୍ଲୋବାଲ ୱେଷ୍ଟର୍ଣ ଓଡ଼ିଶା(ଗ୍ଲୋ)ର ଫେସବୁକ ପେଜ ତଥା ୟୁଟ୍ୟୁବ ଚ୍ୟାନେଲରେ ଦେଖା ଯାଇପାରିବ ।

Leave A Reply

Your email address will not be published.