ନୂଆ ବର୍ଷରେ ଦେଶରେ ଉପଲବ୍ଧ ହୋଇପାରେ କରୋନା ଭେକ୍‌ସିନ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ଭାରତରେ କରୋନା ଭେକ୍‌ସିନ ପରୀକ୍ଷଣ ଫେଜ୍‌-୧, ଫେଜ୍‌-୨ ଓ ଫେଜ୍‌-୩ରେ ପହଂଚି ସାରିଛି । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏକ ଏକ୍ସପର୍ଟ ଗ୍ରୁପ୍‌ ଏହାର ଅଧ୍ୟୟନ କରୁଛନ୍ତି ଏବଂ ମୋର ବିଶ୍ୱାସ ଅଛି ଆସନ୍ତା ବର୍ଷର ଆରମ୍ଭ ପର୍ଯ୍ୟନ୍ତ ଦେଶରେ କରୋନା ଭେକ୍‌ସିନ୍‌ ଉପଲବ୍ଧ ହୋଇଯାଇପାରେ । ଆମେ ଡବ୍ଲୁଏଚ୍‌ଓ ସହ ମଧ୍ୟ କୋର୍ଡିନେଟ‌ କରୁଛୁ । ତେବେ ସେ କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପର ସୂଚନା ପ୍ରଦାନ କରିବାକୁ ଯାଇ କହିଛନ୍ତି ଯେ, ଆରମ୍ଭରୁ କେବଳ ଗୋଟିଏ ଟେଷ୍ଟିଂ ଲ୍ୟାବ୍‌ ସୁବିଧା ଥିଲା କିନ୍ତୁ ଏହା ଏବେ ୧୭୦୦ ପର୍ଯ୍ୟନ୍ତ ପହଂଚିଛି ।

Leave A Reply

Your email address will not be published.