pakka

ରାୟଗଡ଼ାରେ ଅପରେସନ ଗ୍ରୀନ୍ କ୍ଲିନ୍ : ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

bbehera

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲାର ଅପରେସନ ଗ୍ରୀନ୍ କ୍ଲିନ୍ ଦ୍ୱାରା ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ଜଣାପଡିଛି । ପଦ୍ମପୁର ଥାନା ଅନ୍ତର୍ଗତ ନୂଆଗାଁ, ଗୁଡାରି ଥାନା ଅନ୍ତର୍ଗତ ବୁରୁଣ୍ଡି ଓ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଡେକାପଙ୍କାଳ ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ୧୧୬ ଏକର ଜାଗାର ପ୍ରାୟ ୧ ଲକ୍ଷ ୧୬ ହଜାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଛି ଅବକାରୀ ବିଭାଗ । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମନିକ ମୁଲ୍ୟ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗୁଣପୁର ଏସଡିପିଓଙ୍କ ନେତୃତ୍ୱରେ ଗୁଡାରି ଓ ପଦ୍ମପୁର ଅଞ୍ଚଳରେ ଅଭିଯାନ କରାଯାଇଥିବା ବେଳେ ବିଷମକଟକ ଏସଡିପିଓଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏହି ଅପରେସନରେ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ରେଭିନ୍ୟୁ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିବା ବେଳେ ଏଗଜୁକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଛସବୁ ପୋଡି ନଷ୍ଟ କରାଯାଇଛି । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଜୋରଦାର କରି ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିବାକୁ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି ।

Leave A Reply

Your email address will not be published.

one × 1 =