pakka

ମ.ରାମପୁର ବ୍ଲକରେ ତୃତୀୟ ଦିନରେ ୧୧୮ ନାମାଙ୍କନ ପତ୍ର ଦାଖଲ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ଦିନକୁ ଦିନ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଆଜି ତୃତୀୟ ଦିନରେ ଏହି ବ୍ଲକରେ ସରପଞ୍ଚ ପଦ ପାଇଁ ୩୦, ସମିତି ସଭ୍ୟ ୧୮ ଓ ୱାର୍ଡ଼ ସଭ୍ୟ ୭୨ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜିଲ୍ଲା ପରିଷଦ ଜୋନ ‘କ’ରୁ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ରଣା ଭବାନୀପାଟଣା ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ତେବେ ଜିଲ୍ଲା ପରିଷଦ ପାଇଁ ବିଜେଡ଼ି ଏବଂ ବିଜେପି ନିଜର ପ୍ରାର୍ଥୀ ନାମ ଘୋଷଣା କରିନଥିବା ବେଳେ ବିଜେଡ଼ି ଦଳ ତରଫରୁ ଆସନ୍ତା ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ତେଣୁ ଶେଷ ଦିନରେ ହିଁ ପ୍ରାର୍ଥୀ କିଏ ହେଲେ ତାହା ସ୍ପଷ୍ଟ ହେବାକୁ ଥିବା ବେଳେ ଅଘୋଷିତ ଭାବରେ କିନ୍ତୁ ଉଭୟ ଜୋନରେ ପ୍ରାର୍ଥୀ ତାଲିକା ଏକ ପ୍ରକାର ପ୍ରକାଶ ପାଇ ସାରିଛି ।

jay balangir
Leave A Reply

Your email address will not be published.

4 × five =

error: Content is protected !!