csstore

ଏମ୍.ଆଇ.ଲାଇଫ୍ ଷ୍ଟାଇଲ୍ ଗ୍ରୁପ୍ ପକ୍ଷରୁ ନବବର୍ଷ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏମ୍.ଆଇ.ଲାଇଫ୍ ଷ୍ଟାଇଲ୍ ଗ୍ରୁପ୍ ଛତ୍ରପୁର ପକ୍ଷରୁ ଗୋପାଳପୁର ବେଳାଭୂମିରେ ନିଆରା ଢ଼ଙ୍ଗରେ ନବବର୍ଷ ପାଳନ କରାଯାଇ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପୂର୍ବକ ଭାବ ବିନିମୟ ସମ୍ପର୍କ ସହ ଖୁସି ମନାଇଛନ୍ତି । ନୂଆବର୍ଷରେ ସମସ୍ତଙ୍କର ଭଲ ବାଣିଜ୍ୟ କାରବାର ଅବା ଧନ, ଯଶ, କୀର୍ତ୍ତିର ଶୁଭଙ୍କରି ହେଉ ବୋଲି କାମନା କରଯାଇଛି । ପରସ୍ପର ନବବର୍ଷର ଅଭିନନ୍ଦନ ଜଣାଇ ସୁଖକୁ ଆପଣାଇ ଦୁଃଖକୁ ଏଡ଼ାଇ କାର୍ଯ୍ୟ ସମ୍ପାଦନା କରିବାକୁ କୁହାଯାଇଛି । ଟିମ୍ ପୁରୁଖା ନେତ୍ରୀ ମମତା ସାହୁ ଏବଂ ଟିମ୍ ନିର୍ବାହୀ ସଂଯୋଜକ ସୁରେଶ ଚନ୍ଦ୍ର ସାହୁ, ଡ଼ାକ୍ତର ମୁରଲୀ ଧର ତ୍ରିପାଠୀ, ସୁନୀତା ସାହୁ, ସି.ଏଚ୍‌. ଅରୁଣା, ମିଲି ସାହୁ, ଭି. ତନୁଜା ରାଓ, ଶ୍ୟାମସୁନ୍ଦର ମହାପାତ୍ର, ସବିତା ବେହେରା ପ୍ରମୁଖ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ ।

jayashree
Leave A Reply

Your email address will not be published.