csstore

ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଣ୍ଡିତଙ୍କ ୧୦୬ତମ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ତରଫରୁ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଣ୍ଡିତଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଇକମାଲ ସ୍ଥିତ କେନ୍ଦୁପତ୍ର ଗୋଦାମ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ଉପ-ସଭାପତି କୋକିଲ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଡିଏଫ୍‌ଓ ବିଭୁତି ଭୂଷଣ ବେହେରା ଯୋଗଦେଇ କେନ୍ଦୁପତ୍ର କର୍ମଚାରୀ ସଂଘର ଉପସ୍ଥିତ କର୍ମଚାରୀ ମାନଙ୍କୁ ମିଳିମିଶି କାମ କରିବାକୁ ତଥା ପରସ୍ପର ଛୋଟବଡ ଭେଦଭାବ ନ ରଖି ନିର୍ଭୟରେ କାମ କରିବା ପାଇଁ ଉପଦେଶ ଦେଇଥିଲେ । ତଥା ତୁମ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଯେ କୌଣସି ସମୟରେ କହି ପାରିବ ବୋଲି ଡିଏଫ୍‌ଓ ପ୍ରତିଶୃତି ଦେଇଥିଲେ । ସଭା ଆରମ୍ଭରେ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଣ୍ଡିତଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ବଡ ଶତପଥୀ, ସୁରେଶ ପଣ୍ତା, ଚୁଡାମଣି ପାଣିଗ୍ରାହୀ, ପ୍ରଫୁଲ୍ଲ କୁମ୍ଭାର, ୠଷଭ ପ୍ରଧାନ, ନାରାୟଣ ପୋଢ ପ୍ରମୁଖ ଅତିଥିମାନେ ଯୋଗ ଦେଇଥିଲେ । ଶେଷରେ ମେଲଛାମୁଣ୍ଡା ସର୍କଲ ଚେକର ଚକାନନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ।

jayashree
Leave A Reply

Your email address will not be published.