csstore

ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ : ୨୯ ଖେଳାଳି ରାଜ୍ୟସ୍ତରକୁ ମନୋନୀତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ଶହ ଖେଳାଳି ଅଂଶଗ୍ରହଣ କରିଥିବାବେଳେ ବିଭିନ୍ନ ବର୍ଗରେ ଦୌଡ଼, ଡିଆଁ, ଥ୍ରୋ ଆଦି ପ୍ରତିଯୋଗିତାରୁ ମୋଟ ୨୯ ଜଣ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ନିମସୀ ସମାଦ, ମିତା ଗୋଇପାଇ, ସିନେ ଟୁଡୁ, ସନ୍ଧ୍ୟା ମୁର୍ମୁ, ରାଜେଶ୍ୱରୀ ସିଂ, ବସୁମତୀ ସାୟନ, କମଳିନୀ ମାର୍ଣ୍ଡି, ଦିବ୍ୟାଭାରତୀ ସୋରେନ, ପାପାଲି ସିଂ, ପୂର୍ଣ୍ଣିମା ହେମ୍ବ୍ରମ୍‌, ବିନ୍ଦି ସିଂ, ପ୍ରବୀଣ କୁମାର ପଲେଇ, ଆସମାନ ପୂର୍ତ୍ତି, ରାଜେଶ କେରାଇ, ସୌମ୍ୟରଞ୍ଜନ ବେଣ୍ଟକର, ପ୍ରିୟଦର୍ଶନ ହୋ, ରୁଷିକ ଚନ୍ଦ୍ର ବିରୁଆ, ଧାନିରାମ ମୁର୍ମୁ, ପ୍ରେମରାଜ ଟୁଡୁ, ଆୟୁଷ ଗଗରାଇ, ସୁବୁନ ହେମ୍ବ୍ରମ୍‌, ହେମନ୍ତ ପୂର୍ତ୍ତି, ରାମଚନ୍ଦ୍ର ହେମ୍ବ୍ରମ୍‌, ରାଜ ସୁନାରାମ ମାର୍ଣ୍ଡି, ନିମାଇଁ ମୁର୍ମୁ, ଗଜ ଟୁଡୁ, ଦେବାଶିଷ ସମାଦ, ସୁରାଇ ମାର୍ଣ୍ଡି, ଦଲନ ଚନ୍ଦ୍ର କୁଁଅର ଦେଓ । ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସମ୍ମାନିତ ଅତିଥିଭାବେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ପୂର୍ବତନ କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ, ହରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.