ସୁବର୍ଣ୍ଣପୁରଠାରେ ମହିଳା କିଷାନ ଦିବସ ପାଳିତ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ମହିଳା କୃଷି ଓ କୃଷକର ସଶକ୍ତିକରଣ ତଥା କୃଷି କ୍ଷେତ୍ରରେ ମହିଳାଙ୍କୁ ପ୍ରୋତ୍ସାହନ ଲକ୍ଷ୍ୟରେ ସୁବର୍ଣ୍ଣପୁରଠାରେ ମହିଳା କିଷାନ ଦିବସ ପାଳିତ ହୋଇଯାଇଛି । ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ସହାୟତାରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ମହିଳା କୃଷକ ଦିବସ ସମାରୋହରେ ମହିଳା କୃଷି ଓ ଚାଷୀଙ୍କୁ ପ୍ରୋତ୍ସାହନ, ଅର୍ଥକାରୀ ଚାଷରେ ଗୁରୁତ୍ବ, ଜୈବିକ ଓ ଜିଆ ଖତର ପ୍ରୟୋଗ, ଚାଷବାସରେ ରୋଗପୋକ ପରିଚାଳନା, କୃଷି ଯାନ୍ତ୍ରିକକରଣ ସହ ପୃଷ୍ଟିସାରକୁ ନେଇ ଶସ୍ୟ ସଂରକ୍ଷଣ ସର୍ବୋପରି ମହିଳା ସଶକ୍ତିକରଣ ଉପରେ କୃଷି ବୈଜ୍ଞାନିକମାନେ ଆଲୋଚନା କରିଥିଲେ । ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଜୀବନଜିତ୍ ସେନଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆସ୍ଥେରିକା କେର୍କେଟା ପ୍ରମୁଖ ଅତିଥି ଭାବେ ଯୋଗଦେଇ କେତେଜଣ ଅଗ୍ରଣୀ ମହିଳା ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.